ଦେବଦୂତ ସାଜିଲା ବାୟୁସେନା: ଛତିଶଗଡ ଖୁଟାଘାଟ ଡ୍ୟାମରେ ପାଣି ପ୍ରଖର ସ୍ରୋତରେ ଫସିଥିବା ବ୍ୟକ୍ତିଙ୍କୁ ପାରାଚୁଟ ମାଧ୍ୟମରେ ଉଦ୍ଧାର କଲେ ବାୟୁସେନା ଯବାନ; ମୃତ୍ୟୁ ମୁହଁରୁ ଅଳ୍ପକେ ବଂଚିଲା ଜୀବନ

589

କନକ ବ୍ୟୁରୋ: ମୃତ୍ୟୁ ମୁହଁରୁ ବଂଚାଇଲେ ବାୟୁସେନା ଯବାନ । ପ୍ରବଳ ବର୍ଷା ଯୋଗୁଁ ଡ୍ୟା ଭିତରେ ଫଶିଯାଇଥିବା ଜଣେ ବ୍ୟକ୍ତିଙ୍କୁ ବାୟୁସେନା ଉଦ୍ଧାର କରିଛି । ଏ ଦୃଶ୍ୟ ହେଉଛି ଛତିଶଗଡ ବିଳାସପୁର ଜିଲ୍ଲା ରତନପୁରର । ମାଛ ଧରିବାକୁ ଯାଇଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ଜଳସ୍ତର ବଢ଼ିଯିବାରୁ ବ୍ୟକ୍ତି ଜଣଙ୍କ ଫଶି ଯାଇଥିଲେ ।

ଫଳରେ ପାଣିର ପ୍ରଖର ସ୍ରୋତ ମଧ୍ୟ ବ୍ୟକ୍ତି ଜଣକ ଫସିଯାଇଥିବା ବେଳେ ବଂଚିବା ପାଇଁ ରାହା ଖୋଜୁଥିଲେ । ଏହି ସମୟରେ ଦେବଦୂତ ସାଜି ପହଁଚିଯାଇଥିଲେ ବାୟୁସେନାର ଯବାନ । ପାରାଚ୍ୟୁଟ ସହାୟତାରେ ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ସମୟର ଏହି ଭିଡିଓ ବିଳାସପୁର ପୋଲିସ ପକ୍ଷରୁ ଜାରି କରାଯାଇଛି ।