କନକ ବ୍ୟୁରୋ: ଆଜି ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ୟୁସୁଫ ପଠାନ ଓ ଯୁବରାଜ ସିଂଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଇଣ୍ଡିଆ ଲିଜେଣ୍ଡ ୧୮୧ ରନ କରିବାରେ ସଫଳ ହୋଇଛି । ଏବେ ଶ୍ରୀଲଙ୍କା ଲିଜେଣ୍ଡ ଆଗରେ ୧୮୨ ରନର ଟାର୍ଗେଟ ରହିଛି ।

Advertisment

ଏହି ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡ ପ୍ରଥମ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆସିଥିଲା ଇଣ୍ଡିଆ ଲିଜେଣ୍ଡ । ବିରେନ୍ଦ୍ର ସେହୱାଗ ଅସଫଳ ହୋଇଥିବା ବେଳେ ଯୁବରାଜ ସିଂ ଓ ୟୁସୁଫ ପଠାନ ଦମଦାର ବ୍ୟାଟିଂ କରିଥିଲେ । ଏହି ମୟାଚରେ ୟୁସୁଫ ୬୨, ଯୁବରାଜ ୬୦ ଓ ସଚିନ ୩୦ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୧୮୧ ରନ କରିଥିଲା ।