କନକ ବ୍ୟୁରୋ : ଆସନ୍ତା ୨୬ ତାରିଖରେ ଫ୍ରାନ୍ସ ରାଜଧାନୀ ପ୍ୟାରିସଠାରେ ଆୟୋଜିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଅଲିମ୍ପିକ କ୍ରୀଡା ପ୍ରତିଯୋଗିତା । ହେଲେ ଏଥର ଖାଲି ଖେଳରେ ନୁହେଁ ଅଲମ୍ପିକର ସୁରକ୍ଷା ଦାୟିତ୍ୱରେ ମଧ୍ୟ ଭାଗ ନେଉଛି ଭାରତ । ଚଳିତ ଥର ସୁରକ୍ଷା କାର୍ଯ୍ୟ ପାଇଁ ଭାରତରୁ ଭାରତୀୟ କେନ୍ଦ୍ରୀୟ ସଶସ୍ତ୍ର ବଳ (ସିଏପିଏଫ) ର ସ୍ୱତନ୍ତ୍ର ପ୍ରଶିକ୍ଷିତ କୁକୁର ଦଳକୁ ଫ୍ରାନ୍ସ ପଠାଯାଇଛି ।

Advertisment

ଏହି କୁକୁର ଦଳ ଖୁବ ତୀକ୍ଷ୍ନ ଓ ତତ୍ପର । ଗତ ଜି-୨୦ ସମ୍ମୀଳନୀ ସମୟରେ ସିଏପିଏଫ ତଥା ଇଣ୍ଡୋ-ତିବତ୍ତିୟ ସୀମା ପୋଲିସର କେ-୯ ୟୁନିଟର ପ୍ରଦର୍ଶନରେ ଖୁବ୍ ପ୍ରଭାବିତ ହେବା ସହ ଆଗକୁ ହେବାକୁ ଯାଉଥିବା ଅଲିମ୍ପିକର ଏକ ମହତ୍ୱପୁର୍ଣ୍ଣ ସୁର୍କ୍ଷା ଦାୟିତ୍ୱ ପାଇଁ ଫ୍ରାନ୍ସ ସରକାର ସୁରକ୍ଷାକାରୀ ଦଳ ପଠାଇବାକୁ ଅନୁରୋଧ କରିଥିଲେ ।

ଭାରତୀୟ ବିଦେଶ ମନ୍ତ୍ରାଳୟ ଫ୍ରାନ୍ସର ଅନୁରୋଧ କ୍ରମେ କେ-୯ ସେଲ ଓ ଆଧୁନିକ ପୋଲିସ ବିଭାଗ ପଠାଇଥିଲେ । ଏହା ପରେ ଏକ ବୈଠକ ଅନୁଯାୟୀ ସୁରକ୍ଷାକାରୀ ପୋଲିସ ବିଭାଗ ତରଫରୁ ୨ଟି ଲେଖାଏଁ ପ୍ରଶିକ୍ଷିତ କୁକୁରଙ୍କୁ ପଠାଯିବା କଥା ସ୍ଥିର କରା ଯାଇଥିଲା । ଆଇଟିବିପି, ସିଆରପିଏଫ, ଏସଏସବି ଓ ଏନଏସଜି ଆଦି ବିଭାଗରୁ ୨ଟି ଲେଖାଏଁ କରି ମୋଟ ୧୦ଟି କୁକୁରଙ୍କୁ ବଛା ଯାଇଥିଲା । କେ-୯ ସେଲର ଡଃ. ମଞ୍ଜୁର ଅହମ୍ମଦଙ୍କ ନେତୃତ୍ୱରେ ସୁରକ୍ଷାକାରୀ ଦଳ ଜୁଲାଇ ୧୧ ତାରିଖରେ ପ୍ୟାରିସରେ ପହଞ୍ଚିବା ପରେ ଭବ୍ୟ ସ୍ୱା୍ଗତ କରା ଯାଇଥିଲା ।

ଏକ ସରକାରୀ ସୁତ୍ରରୁ ଜଣା ପଡିଛି କି ଉଭୟ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ଏହି କୁକୁର ମାନଙ୍କୁ ଖାସ ୧୦ ମାସର ପ୍ରଶିକ୍ଷଣ ଦିଆଯାଇଛି । ବେଲଜିୟମ ମାଲିନୋୟିସ ପ୍ରଜାତିର ଏହି କୁକୁର ମାନେ ଦେଖିବାକୁ ଯେତେ ଭୟଙ୍କର, କାମରେ ସେତିକି ଦକ୍ଷ । ଏମାନେ ଦେଶରେ ବୋମା ନିଷ୍କ୍ର୍ରିିୟକାରୀ, ଅ।।ତଙ୍କବାଦୀ ଅନୁସନ୍ଧାନକାରୀ ଦଳ ତଥା ସୀମା ସୁରକ୍ଷା ବଳର ବିଭିନ୍ନ କଠିନ ଅପରେସନରେ ଭାରତୀୟ ସୈନ୍ୟମାନଙ୍କୁ ଫିଲ୍ଡରେ ସାହାଯ୍ୟ କରିଥାନ୍ତି ।

ପୃଥିବୀରେ ପ୍ରାୟ ସବୁ ପ୍ରଜାତି ମଧ୍ୟରେ ଏହି ପ୍ରଜାତି ସୁରକ୍ଷା କାର୍ଯ୍ୟ ପାଇଁ ସମସ୍ତଙ୍କର ପ୍ରଥମ ପସନ୍ଦ । ଏମାନେ ବୁଦ୍ଧିରେ ପ୍ରଖର , ସାହସୀ ତଥା ଲଢାକୁ ପ୍ରକୃତିର ହୋଇଥାନ୍ତି ।