ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା । କାନ୍ଦାହାରରେ ତାଲିବାନୀଙ୍କ ଗୁଳିରେ ଟଳି ପଡିଲେ ରୟଟରର୍ସ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି 

214

କନକ ବ୍ୟୁରୋ: ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା । ଆଫଗାନିସ୍ତାନରେ ଚାଲିଥିବା ହିଂସାତ୍ମକ ପରିସ୍ଥିତିର କଭରେଜ ପାଇଁ ଗତ କିଛି ଦିନ ହେବ କାନ୍ଦାହାରରେ ରହୁଥିଲେ ଦାନିଶ ସିଦ୍ଦିକି । ରୟଟରର୍ସଙ୍କ ପାଇଁ କାମ କରୁଥିଲେ ଦାନିଶ । ଆଫଗାନ ଓ ତାଲିବାନ ସଂର୍ଘଷ ଭିତରେ ଯୁବ ସାମ୍ବାଦିକଙ୍କ ଜୀବନ ଯାଇଛି । ସ୍ପିନ ବୋଲଡକ ଇଲାକାରେ ତାଙ୍କୁ ହତ୍ୟା କରାଯାଇଥିବା ଆଫ୍ଗାନ ରାଷ୍ଟ୍ରଦୂତ ଫରିଦ ଟୁଇଟ କରି ସୂଚନା ଦେଇଛନ୍ତି ।

ଟିଭି ସାମ୍ବାଦିକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଦାନିଶ । ପରେ ଜଣେ ଲୋକପ୍ରିୟ ଫଟୋ ସାମ୍ବାଦିକ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ପ୍ରଥମ ଭାରତୀୟ ଭାବେ ଦାନିଶ ସମ୍ମାନଜନକ ପୁଲିଟଜର ପୁରସ୍କାର ଜିତିଥିଲେ । କିଛି ଦିନ ପୂର୍ବରୁ ଦାନିଶ ନିଜ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସମୟର ଘଟଣା ସବୁ ଦେଖିବାକୁ ମିଳିଥିଲା ।