କନକ ବ୍ୟୁରୋ: ଚଳିତ ବର୍ଷ ଅର୍ଥାତ ୨୦୨୨ ପାଇଁ ପୁଲିତଜର ପୁରସ୍କାର ଘୋଷଣା କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଆମେରିକାର ଏହି ସର୍ବୋଚ୍ଚ ପୁରସ୍କାର ପାଇବାରେ ୩ଜଣ ଭାରତୀୟ ଅଛନ୍ତି । ଏମାନେ ହେଲେ ଅଦନାନ ଆବିଦି , ସନା ଇରସାଦ ମଟ୍ଟୁ ଓ ଅମିତ ଦବେ । ଏହାସହ ରଏଟର୍ସର ରିପୋର୍ଟର ସ୍ୱର୍ଗତ ଦାନିଶ ସିଦ୍ଦିକିଙ୍କୁ ଏହି ସମ୍ମାନ ମରଣୋତ୍ତର ଭାବେ ମିଳିଛି ।
ଅଦନାନ୍ ଆବିଦି, ସନା ଇରସାଦ ମଟ୍ଟୁ ଓ ଅମିତ ଦବେଙ୍କୁ କୋଭିଡ ସମୟରେ ନେଇଥିବା ଫଟୋ ପାଇଁ ଏହି ପୁରସ୍କାର ମିଳିଛି । ସେହିଭଳି ସିଦ୍ଦିକି ଗତବର୍ଷ ଆଫଗାନ୍ ସୁରକ୍ଷାକର୍ମୀ ଓ ତାଲିବାନ୍ ବିଦ୍ରୋହୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସମୟରେ ରିପୋଟିଙ୍ଗ କରୁଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି । ସୂଚନାଯୋଗ୍ୟ , ଏହି ରିପୋଟିଂ ସମୟରେ ହିଁ ସିଦ୍ଦିକିଙ୍କ ମୃତ୍ୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/10-12.jpg)