ବୁର୍ଲା ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପାଇଁ ଆଜି ହେବ ଭିତ୍ତିପ୍ରସ୍ତର ସ୍ଥାପନ : ଭିଡିଓ କନଫରେସିଂ ମାଧ୍ୟମରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବସନ୍ତପୁରରେ ନିର୍ମାଣ ହେବ ନୂଆ କ୍ୟାମ୍ପସ

179

କନକ ବ୍ୟୁରୋ : ଆଜି ସଂବଲପୁର ବୁର୍ଲା ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ହେବ । ନୂଆ କ୍ୟାମ୍ପସର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ଟା ସମୟରେ ଭର୍ଚୁଆଲ୍ ସିଷ୍ଟମରେ ଏହାକୁ ଶିଳାନ୍ୟାସ କରିବେ ମୋଦି । ବର୍ତମାନ ସଂବଲପୁର ବୁର୍ଲା ଆଇଆଇଏମ୍ ସଂବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚାଳିତ ହେଉଛି ।

ନୂଆ ସ୍ଥାୟୀ କ୍ୟାମ୍ପସ ପାଇଁ ରାଜ୍ୟ ସରକାର ବସନ୍ତପୁର ଠାରେ ଜମି ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ୍ ନିଶଙ୍କ ଯୋଡି ହେବେ । ସେହିପରି ୫ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଭର୍ଚୁଆଲ୍ ମାଧ୍ୟମରେ ଯୋଡି ହେବେ ।