ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ’କୁ Boycott ଦାବି , ଟପ୍ ୧୫ ଲିଷ୍ଟ ଦେଖିବା ପରେ ଶୋ’କୁ ନିନ୍ଦା କଲେ ଦର୍ଶକ ।

4,616

କନକ ବ୍ୟୁରୋ: ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍-୧୩’ କୁ ସୋସିଆଲ ମିଡିଆରେ ବୟକଟ୍ କରିବାକୁ ଦାବି ଜୋର ଧରିଛି । ମେକର୍ସ ଟପ୍ ୧୫ କଣ୍ଟେଷ୍ଟାଣ୍ଟଙ୍କ ଲିଷ୍ଟ କରିଛନ୍ତି । ଲିଷ୍ଟରେ ଅରୁଣାଚଳପ୍ରଦେଶର ରୀତୋ ରୀବାଙ୍କ ନାଁ ଦେଖିବା ପରେ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାପରେ ସୋସିଆଲ ମିଡିଆରେ ଇଣ୍ଡିଆନ୍ ଆଇଡଲକୁ ବୟକଟ୍ କରିବାକୁ ଦାବି ଜୋର ଧରିଛି ।

ରିଆଲିଟି ଶୋ’ ସହ ବିବାଦ ଜଡିତ ହେବା ଏକ ସାଧାରଣ ଘଟଣା ହୋଇଗଲାଣି । ‘ଖତରୋଁ କେ ଖିଲାଡି’ ପରେ ଏବେ ‘ଇଣ୍ଡିଆନ୍ ଆଇଡଲ’କୁ ନେଇ ବିବାଦ ଘନେଇବାରେ ଲାଗିଛି । ପୂର୍ବରୁ ଏହି ଶୋ’କୁ ଦର୍ଶକ ସ୍କ୍ରିପ୍ଟେଡ୍ ବୋଲି ଅଭିଯୋଗ କରୁଥିବାବେଳେ ଏବେ ଏଥିରେ ମୋହର ଲଗାଇଛନ୍ତି ନେଟିଜେନ୍ସ । ଏହାର କାରଣ ହେଉଛନ୍ତି ୧୩ତମ ସିଜିନରେ ଅଡିସନ ଦେଇଥିବା ରୀତୋ ରୀବା ।

୧୮ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ରିଆଲିଟି ଶୋ’ରେ ଭାଗ ନେଇ ସଫଳ ହେବା ପରେ ଅନେକ ସିଙ୍ଗର ନିଜର କ୍ୟାରିଅର୍ ବନେଇବାରେ ସଫଳ ହୋଇଛନ୍ତି । କିନ୍ତୁ ଏବେ ସବୁକିଛି ବଦଳିଯାଇଛି । ଏବେ ସବୁକିଛି ସ୍କ୍ରିପ୍ଟେଟ୍ ବୋଲି ଅଭିଯୋଗ ହୋଇଛି । ଆଗରୁ ଟ୍ୟାଲେଣ୍ଟ ହଣ୍ଟକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏବେ କେବଳ ଟିଆରପିକୁ ଗୁରୁତ୍ୱ ଦିଆଯାଉଛି ବୋଲି ଅଭିଯୋଗ ହେଉଛି । ଫଳରେ ଏଥିରେ ଭାଗ ନେଉଥିବା ଅନେକ ସିଙ୍ଗର ନିଜର ପ୍ରତିଭା ଦେଖାଇବାରୁ ବଞ୍ଚିତ ହେଉଛନ୍ତି ।

ଏପରି ଘଟଣା ଘଟିଛି ଜଣେ ଜଣାଶୁଣା ସିଙ୍ଗର ତଥା ମ୍ୟୁଜିକ୍ କମ୍ପୋଜର ରୀତୋ ରୀବା, ଯିଏ ଅରୁଣାଚଳପ୍ରଦେଶର ବାସିନ୍ଦା । ଶୋ’ର ଅଡିସନରେ ଭାଗ ନେଇ ନିଜ କମ୍ପୋଜିସନକୁ ଗାଇଥିଲେ । ଏହାପରେ ଜଜ ଭାବେ ରହିଥିବା ହିମେଶ ରେଶମିୟାଙ୍କ ଏକ ଗୀତ ମଧ୍ୟ ଗାଇଥିଲେ । ଯ।।ହାକୁ ସାରା ଦେଶରୁ ପ୍ରଶଂସା ମିଳିଥିଲା । ହେଲେ ତାଙ୍କୁ ସିଲେକ୍ଟ କରାଯାଇନଥିଲା । ଯାହାକୁ ନେଇ ୟୁଜର୍ସମାନେ ଏହାକୁ ଏକ ପକ୍ଷପାତି ଶୋ’ ବୋଲି ଅଭିଯୋଗ କରିବା ସହ ଏହାକୁ ବୟକଟ୍ କରିବାକୁ ଦାବି କରିଛନ୍ତି ।