ଜାତୀୟ ମଞ୍ଚରେ ଓଡିଆ ଝିଅ ଚେଲସି । ଆପଣଙ୍କ ଗୋଟିଏ ଭୋଟ୍ ଓଡିଶାକୁ କରିବ ଗର୍ବିତ ।

2,243

କନକ ବ୍ୟୁରୋ: କଟକ ଗଣ୍ଡରପୁରସ୍ଥିତ ଏଲ.ଆର.ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଚେଲସି ବେହୁରା ସ୍ଥାନ ପାଇଛନ୍ତି ସୋନି ଟିଭି ଦ୍ବାରା ପ୍ରସ୍ତୁତ ଇଣ୍ଡିଆନ ଆଇଡଲ ପ୍ରତିଯୋଗିତାର ପ୍ରଥମ ପନ୍ଦର ଜଣଙ୍କ ମଧ୍ୟରେ। ଅନୁ ମଲ୍ଲିକ, ନେହା କକ୍କର ଓ ବିଶାଲ ଦଦଲାନିଙ୍କ ଭଳି ସଂଗୀତଜ୍ଞଙ୍କୁ ନିଜର କଣ୍ଠର ଯାଦୁରେ ମୋହିତ କରିପାରିଥିବା ଚେଲସିଙ୍କୁ କ୍ରିକେଟ କିମ୍ବଦନ୍ତୀ ସଚ୍ଚିନ ତେନ୍ଦୁଲକର ଟ୍ବିଟ କରି ପ୍ରଶଂସା କରିଛନ୍ତି।

କିନ୍ତୁ ପ୍ରତିଯୋଗିତାରେ ବିଜୟୀ ହେବା ପାଇଁ ଭୋଟିଂର ଆବଶ୍ୟକତା ରହିଥିବାରୁ ପ୍ରତିଯୋଗିତାରେ ଥିବା ଏହି ଏକମାତ୍ର ଓଡ଼ିଆ ଝିଅଙ୍କୁ ଅଧିକରୁ ଅଧିକ ଭୋଟ ଦେବା ପାଇଁ ଡିଏଭି ଜୋନ ୧ର ରିଜିଓନାଲ ଅଫିସର କେଶବ ଚନ୍ଦ୍ର ଶତପଥୀ ଓ ସ୍କୁଲର ଅଧ୍ୟକ୍ଷ ନିରଂଜନ ସ୍ବାଇଁ ଅନୁରୋଧ କରିଛନ୍ତି। ଆଜି ଅର୍ଥାତ ଶନିବାର ଓ ରବିବାର ରାତି ୮ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟିଂ ଲାଇନ ଖୋଲା ରହିବ। Sony Liv ଅଥବା Firstcry.com appକୁ ଡାଉନ ଲୋଡ୍ କରି ଭୋଟ ଦେଇ ହେବ।

ତେବେ ପିଲା ବେଳୁ ବାପାଙ୍କୁ ହରାଇଥିବା ଚେଲସି ବାପାଙ୍କ ଇଚ୍ଛା ପୂରଣ ପାଇଁ ସଙ୍ଗୀତକୁ ଆପଣେଇଥିଲେ । ମାଆଙ୍କ ପ୍ରେରଣାରେ ସେ ଆଜି ଏହି ସ୍ଥାନକୁ ଯାଇ ପାରିଛନ୍ତି । ପାଠ ପଢା ଚାପ ଥିବାରୁ ଦିନକୁ ମାତ୍ର ୨ ଘଣ୍ଟା ସଂଗୀତ ଅଭ୍ୟାସ କରୁଥିବା ଚେଲସୀ ପୂର୍ବରୁ ଇଣ୍ଡିଆନ ଆଇଡଲ ଜୁନିୟର, ରାଇଜିଂ ଷ୍ଟାର ଏବଂ ସାର୍ଥକ ଟିଭିରେ ପ୍ରସାରିତ ସାରେଗାମାପାରେ ଅଂଶଗ୍ରହଣ କରିଛନ୍ତି ।