କନକ ବ୍ୟୁରୋ : ହକି ବିଶ୍ୱକପ ଭିତର ସାମ୍ନାକୁ ଆସିଛି ଏମିତି ଏକ ଦୃଶ୍ୟ । ଭାରତୀୟ ଟିମର ଉପ ଅଧିନାୟକ ଓଡ଼ିଆ ଖେଳାଳୀ ଅମିତ ରୋହିଦାସଙ୍କ ମାଆଙ୍କ ଭିଡିଓ । ଗତକାଲି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଏଭଂ ଭାରତ ମ୍ୟାଚ ଦେଖିବାକୁ ଯାଇଥିଲେ ଅମିତ ରୋହିଦାସ ମାଆ । ପୁଅ ଭାରତୀୟ ଦଳର ଉପଅଧିନାୟକ ହେଲେ ମାଆ ସାଧାରଣ ଜନତାଙ୍କ ସହ ଧାଡିରେ ଯାଉଥିବା ଦେଖିବାକୁ ମିଳିଛି ।
ମୁଣ୍ଡରେ ଭାରତର ପତକା ଲଗାଇ ଲୋକଙ୍କ ସହ ଅମିତ ରୋହିଦାସଙ୍କ ମାଆ ଷ୍ଟାଡିୟମକୁ ଯାଇଥିଲେ । ଅନ୍ୟ ଆନ୍ତର୍ଜାତୀୟ ଖେଳରେ ଖେଳାଳୀଙ୍କ ପରିବାର ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । ହେଲେ ଅମିତ ରୋହିଦାସଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିନି । ତାଙ୍କ ମାଆ ସାଧାରଣ ଲୋକଙ୍କ ସହ ଯାଇ ପୁଅର ଖେଳ ଦେଖିଛନ୍ତି । ତେବେ ଅମିତ ରୋହିଦାସ ମାଆଙ୍କ ଏହି ଭିଡିଓକୁ ଚାରି ପ୍ରସଂଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/4-20.jpg)