ହକିରେ ପାକିସ୍ତାନକୁ ୭-୧ରେ ହରାଇଲା ଭାରତ !

50

କନକ ବ୍ୟୁରୋ : ଲଣ୍ଡନର ଓଭାଲରେ ଖେଳା ଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚରେ ଭାରତର ପରାଜୟ ହୋଇଥିବା ବେଳେ, ଜାତୀୟ ଖେଳ ‘ହକି’ରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୭-୧ଗୋଲରେ ପରାସ୍ତ କରିଛି। ପାକିସ୍ତାନ ବିପକ୍ଷରେ ଏହା ହେଉଛି ଭାରତର ସର୍ବବୃହତ୍ତ ବିଜୟ । ଏହା ପୂର୍ବରୁ ଭାରତ ୭-୪ଗୋଲରେ ପାକିସ୍ତାନକୁ ପରାସ୍ତ କରିଥିଲା । ଭାରତ ହକି ଓ୍ଵାଲର୍ଡ ଲିଗ ସେମିଫାଇନାଲରେ କ୍ରମାନ୍ଵୟରେ ବିଜୟ ହାସଲ କରିଛି । ଏହା ପୂର୍ବରୁ କାନାଡାକୁ ୩-୦ ଗୋଲ ଓ ସ୍କଟଲାଣ୍ଡକୁ ୪-୧ଗୋଲରେ ପରାସ୍ତ କରିଛି ।

ଲଣ୍ଡନରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ତଲବିନ୍ଦର ସିଂହ, ହରମନପ୍ରୀତ ସିଂହ ଓ ଅକସରଦୀପ ସିଂହ ୨-୨ ଗୋଲ ଦେଇଥିଲେ । ତଲବିନ୍ଦର ୨୧ତମ ଓ ୨୪ତମ ମିନିଟରେ, ହରମନପ୍ରୀତ ୧୩ତମ ଓ ୩୩ତମ ମିନିଟରେ ଏବଂ ଅକସରଦୀପ ୪୭ତମ ଓ ୫୯ତମ ମିନିଟରେ ଗୋଲ୍ ଦେଇଥିଲେ । ସେହିପରି ପ୍ରଦୀପ ମୋର ୪୯ତମ ମିନିଟରେ ଗୋଲ୍ ଦେଇଥିଲେ । ପାକିସ୍ତାନ ପକ୍ଷରୁ ୫୭ତମ ମିନିଟରେ ମୋହମ୍ମଦ ଉମର ଭୁଟ୍ଟୁ ଗୋଟିଏ ଗୋଲ୍ ଦେଇଥିଲେ ।