ହକି ଲିଜେଣ୍ଡ ଧନରାଜ ପିଲ୍ଲେଙ୍କ ଆଖିଲେ ଲୁହ ! ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ସ୍ମୃତିକୁ ମନେପକାଇ କାନ୍ଦିଲେ

କ୍ୟାରିୟରରେ ସଫଳତା ପାଇଁ ମାଙ୍କୁ ଦେଲେ ଶ୍ରେୟ

139

କନକ ବ୍ୟୁରୋ: ହକି ଲିଜେଣ୍ଡ ଧନରାଜ ପିଲ୍ଲେଙ୍କ ଆଖିରେ ଲୁହ । ମହାରାଷ୍ଟ୍ରରେ ଏକ କାର୍ଯ୍ୟକ୍ରମରେ କାନ୍ଦିଲେ ଧନରାଜ । ନିଜର ହକି କ୍ୟାରିୟରର ଆରମ୍ଭ ସମୟର କଥା ମନେ ପକାଇ ସଂଘର୍ଷର ସ୍ମୃତି ଚାରଣ ବେଳେ ବେଶ୍ ଭାବବିହ୍ୱଳ ହେଲେ ।

ଆଜି ସେ ଯାହା ବି ହୋଇଛନ୍ତି ସବୁ ତାଙ୍କର ମାଆଙ୍କ ପାଇଁ ବୋଲି କହିଥିଲେ । ପିଲାଦିନେ ବାପା ହକି ଶିଖାଇଥିଲେ । କଠୋର ସଂଘର୍ଷ ଭିତରେ ସେ ଦେଶ ପାଇଁ ହକି ଖେଳିଥିଲେ । ଆଜିର ସମୟରେ ପିଲାମାନେ ହକି ଖେଳିବାକୁ ଭଲ ଭିତିଭୂମି ପାଉଛନ୍ତି । ହକି ଖେଳର ସଫଳତା ଓ ସଂଘର୍ଷର କଥା କହିବା ବେଳେ ଧନରାଜଙ୍କ ଆଖିରେ ଲୁହ ଆସି ଯାଇଥିଲା ।