ହକି ଖେଳାଳିଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ୟଂଜନ : ଲଂଚ ଟେବୁଲ ସଜାଇବା ପାଇଁ ଲାଗିଲା ୧୪ଘଂଟା ସମୟ

134

କନକ ବ୍ୟୁରୋ : ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ପାଇଁ ଓଡ଼ିଶାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତାଙ୍କ ରହଣୀ ବେଳେ ଖାଦ୍ୟପେୟ ପାଇଁ ଆୟୋଜନ କରାଯାଇଛି । କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିବା ଖେଳାଳିଙ୍କ ପାଇଁ ଜୟଦେବ ବିହାର ସ୍ଥିତ ହୋଟେଲ ସ୍ୟାଣ୍ଡି ଟାୱାରରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱତନ୍ତ୍ର ବ୍ୟଂଜନ ପ୍ରସ୍ତୁତ ହୋଇଛି । ଖେଳାଳିଙ୍କ ପାଇଁ ଲଂଚ ଟେବୁଲ ସଜାଇବା ପାଇଁ ହୋଟେଲ କର୍ମଚାରୀଙ୍କୁ ୧୪ଘଂଟା ସମୟ ଲାଗିଛି ।

ମଧ୍ୟାହ୍ନ ଭୋଜନର ଷ୍ଟାଟରରେ ମଟନ, ମାଛ. ଚିଙ୍ଗୁଡି ଓ ଚିକେନର ବିଭିନ୍ନ ଆଇଟମ ରହିଛି । ନିରାମିଷରେ ସୁଫିଆନା ପନିର ଟିକା, କ୍ରିସ୍ପି କର୍ଣ୍ଣ କବାବ, ମେଥି କର୍ଣ୍ଣ ପନିର ପାଲକ, ଡାଲ ଫ୍ରାଏର ଚିଲି ମସରୁମ୍ ବେବି କର୍ଣ୍ଣ ପରସା ଯାଉଛି । ସେହିପରି ଆମିଷରେ ତନ୍ଦୁରୀ ଚିକେନ, ଫିସ୍ ଫିଙ୍ଗର, ମଟନ୍ ଦମ୍ ବିରିୟାନି, ବଟର ଚିକେନ୍, ପେପର ଗାର୍ଲିକ୍ ଫିସ୍ ଓ ମଟନ କୁରମା ପ୍ରସ୍ତୁତ ହୋଇଛି । ଏହାସହ ରହିଛି ଛେନା ପୋଡ, ରସଗୁଲା, ଗୁଲାବ ଜାମୁନ୍ ଓ ଆଇସ୍ କ୍ରିମ୍ ।