ଚାଇନା ଉପରେ ଭାରତର ଦ୍ୱିତୀୟ ଡିଜିଟାଲ୍ ଷ୍ଟ୍ରାଇକ୍ । ପବଜି ସମେତ ୧୧୮ ଚାଇନା ଆପ୍ ଉପରେ କଟକଣା ଲଗାଇଲା ଭାରତ, ଦେଶରେ ୧୭କୋଟି ଲୋକ ଇନଷ୍ଟଲ୍ କରିଥିଲେ ପବଜି ଆପ୍ ।

973

କନକ ବ୍ୟୁରୋ : ପ୍ରଥମେ ଗଲୱାନ ଏବଂ ପରେ ପେଙ୍ଗଙ୍ଗ ହ୍ରଦ ନିକଟରେ ଚୀନ୍ ସେନା ବାରମ୍ବାର ଉତ୍ତେଜନା ସୃଷ୍ଟି କରିବା ପରେ କୂଟନୈତିକ ସ୍ତରରେ ବଡ ପଦକ୍ଷେପ ନେଇଛି ଭାରତ । ଦେଶରେ ବ୍ୟାନ ହୋଇଛି ସର୍ବାଧିକ ଲୋକପ୍ରିୟ ଗେମିଂ ଆପ୍ ପବଜି । ଭାରତରେ ଏହି ଗେମର ପ୍ରାୟ ୧୭ କୋଟି ୫୦ ଲକ୍ଷ ବ୍ୟବହାରକାରୀ ରହିଥିବା ବେଳେ ଏବେ ଏଥିରେ କଟକଣା ଲାଗିଛି । ପବଜି ସମେତ ୧୧୮ଟି ଚାଇନିଜ୍ ଆପ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । ଭାରତ ସରକାର କହିଛନ୍ତି, ଦେଶର ସାର୍ବଭୌମତ୍ୱ ଏବଂ ଏକତା ପ୍ରତି ବିପଦ ବଢାଉଥିଲା ଏସବୁ ଚାଇନିଜ୍ ଆପ୍ । ଏବଂ ଦେଶର ସୁରକ୍ଷା ପାଇଁ ଏଭଳି ଆପକୁ ବ୍ୟାନ କରିବା ଜରୁରୀ ଥିଲା ।

ଟିକଟକ ପରେ ପବଜି । ଭାରତରେ ଲାଗିଲା କଟକଣା । ସିମ୍ ବିନା ସ୍ମାର୍ଟ ଫୋନ୍ ଯେମିତି, ପବଜି ବିନା ମୋବାଇଲ ଠିକ୍ ସେମିତି । ହାତରେ ସ୍ମାର୍ଟ ଫୋନ୍ ଅଛି ତ ସେଥିରେ ପବଜି ବି ଅଛି । ଯୁବପିଢୀଙ୍କ ପ୍ରଥମ ପସନ୍ଦ । ଘରେ ଘରେ ପବଜି ଗେମର ପାଗଳ । ଚୀନ୍ ସହ ସୀମାରେ ସଂଘର୍ଷ ଭିତରେ ବଡ ପଦକ୍ଷେପ ନେଇଛି ଭାରତ । ଦେଶରେ ବ୍ୟାନ୍ ହୋଇଛି ଚୀନର ସର୍ବାଧିକ ଲୋକପ୍ରିୟ ଗେମିଂ ଆପ୍ ପବଜି । ଭାରତରେ ପ୍ରାୟ ୧୭ କୋଟି ୫୦ ଲକ୍ଷ ଲୋକ ପବଜିର ପାଗଳ । ହେଲେ ଏବେ ଏଥିରେ ଲାଗିଛି କଟକଣା ।

ସରିଲା ପବଜି ଯୁଗ । ତାଲା ପଡିଲା ଚାଇନା ଆପରେ । ଲଦ୍ଦାଖ ସୀମାର ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ପରେ ୨୯ ଓ ୩୦ ତାରିଖ ରାତିରେ ପେଙ୍ଗଙ୍ଗ ହ୍ରଦ ନିକଟରେ ସୀମା ଟପିବାକୁ ଉଦ୍ୟମ କରିଥିଲା ସଇତାନ୍ ଚୀନ୍ । ସୀମାରେ ଶତ୍ରୁର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ଆଉ ଏପଟେ ସଇତାନ ଚୀନକୁ ସାବାଡ କରିବା ପାଇଁ ବଡ କୂଟନୈତିକ ପଦକ୍ଷେପ ନେଇଛି ଭାରତ । ବ୍ୟାନ କରିଛି ଲୋକପ୍ରିୟ ଆପ୍ ।

ପୁଣି ବ୍ୟାନ୍ ହେଲା ୧୧୮ ଆପ୍ । ମୋଟ ୨୨୪ଟି ଆପ୍ ଉପରେ କଟକଣା । ପୂର୍ବରୁ ଟିକଟକ, ୟୁସି ବ୍ରାଉଜର ଏବଂ କ୍ୟାମ ସ୍କାନର ଭଳି ୫୯ଟି ଚୀନ୍ ଆପକୁ ସରକାର ବ୍ୟାନ କରିଥିଲେ । ଭାରତ ସରକାର କହିଛନ୍ତି, ଦେଶର ସାର୍ବଭୌମତ୍ୱ ଏବଂ ଏକତା ପ୍ରତି ବିପଦ ବଢାଉଥିଲା ଏହି ଚାଇନିଜ୍ ଆପ୍ । ଏବଂ ଦେଶର ସୁରକ୍ଷା ପାଇଁ ଏଭଳି ଆପକୁ ବ୍ୟାନ କରିବା ଜରୁରୀ ଥିଲା । ମୋବାଇଲ୍ ଓ ଇଂଟରନେଟ୍ ବ୍ୟବହାର କରୁଥିବା କୋଟି କୋଟି ଭାରତୀୟଙ୍କୁ ଏହାର ଫାଇଦା ମିଳିବ ।