କନକ ବ୍ୟୁରୋ: ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାର ନେଇଛନ୍ତି ବଡ ପଦକ୍ଷେପ । ଷଡଯନ୍ତ୍ର ଓ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ୧୪ଟି ମେସେଜ୍ ଅପ୍ଲିକେସନକୁ ବ୍ଳକ କରିଛି କେନ୍ଦ୍ର । ଏହି ଆପ୍ ଗୁଡିକ ମାଧ୍ୟମରେ ଆତଙ୍କବାଦୀମାନେ ଘାଟିରେ ଥାଇ ସେମାନଙ୍କ ଲିଡରଙ୍କ ପାଖକୁ ମେସେଜ୍ ପଠାଉଥିଲେ ।

Advertisment

ସୂଚନା ମୁତାବକ, ୧୪ଟି ମୋବାଇଲ ଆପ୍ଲିକେସନ ବାବଦରେ ଜାଣିବା ପରେ ସୁରକ୍ଷା ବଳ, ସୁରକ୍ଷା, ଗୁଇନ୍ଦା ଓ ଯାଞ୍ଚ ଏଜେନ୍ସି ଏହାକୁ ବ୍ଲକ କରିଦେବାକୁ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ । କିଛି ଦିନ କଡା ନଜର ରଖିବା ପରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଏହସବୁ ଆପ୍ସ୍ ଗୁଡିକ ବାବଦରେ ଜାଣିବାକୁ ପାଇଥିଲେ ।