କନକ ବ୍ୟୁରୋ: ଜାପାନର ରାଜଧାନୀ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ପାଇଁ ଭାରତୀୟ ମହିଳା ହକି ଟିମ ଘୋଷଣା ହୋଇଛି । ଏହି ଟିମ୍ରେ ଜଣେ ଓଡ଼ିଆ ଝିଅଙ୍କୁ ସାମିଲ କରାଯାଇଛି । ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଟିମ୍ରେ ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା ଖେଳିବେ ।
ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକରେ ୮ ଜଣ ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏହି ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କ ତାଲିକାରେ ଅଛନ୍ତି ଦୀପଗ୍ରେସ୍ । ଭାରତୀୟ ମହିଳା ଟିମରେ ୮ ଜଣ ନବାଗତଙ୍କୁ ସୁଯୋଗ ଦିଆଯାଇଛି । ପୂର୍ବରୁ ଓଡ଼ିଶାରୁ ଏକାଧିକ ମହିଳା ଖେଳାଳିଙ୍କୁ ସ୍ଥାନ ମିଳିବା ନେଇ ଆଶା କରାଯାଉଥିଲା । ଭାରତୀୟ ମହିଳା ହକି ଟିମରେ ଅଲିମ୍ପିକ୍ସ ପାଇଁ ୪ ଜଣ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ଅନେକ ଭାବୁଥିଲେ । କିନ୍ତୁ ଭାରତୀୟ ମହିଳା ଟିମ ଘୋଷଣା ହେବା ପରେ ଏବେ ଜଣାଯାଇଛି ଯେ, କେବଳ ଜଣେ ମାତ୍ର ଓଡ଼ିଆ ଝିଅ ଏହି ଅନ୍ତର୍ଜାତୀୟ କ୍ରୀଡାରେ ଓଡ଼ିଶାରୁ ସାମିଲ ହେବେ ।
ଉଲ୍ଲେଖଯୋଗ୍ୟ ଯେ, ଟୋକିଓ ଅଲିମ୍ପିକ୍ସ-୨୦୨୦ ଆସନ୍ତା ଜୁଲାଇ ୨୪ରୁ ଅଗଷ୍ଟ ୬ ତାରିଖ ଯାଏଁ ଜାରି ରହିବ । ୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସରେ ରାଜ୍ୟରୁ ୪ ଜଣ ଓଡ଼ିଆ ଝିଅ ଭାରତୀୟ ମହିଳା ଟିମରେ ସାମିଲ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/06/15-oct-lead-pic-3.jpg)