ଭାରତମାତାର ସୁପୁତ୍ର ମହାନ କ୍ରାନ୍ତିକାରୀ ଭଗବତୀ ଚରଣ ଭୋରାଙ୍କ ପତ୍ନୀ ଦୁର୍ଗାବତୀ ଦେବୀଙ୍କୁ ସମସ୍ତେ ଦୂର୍ଗା ଭାବୀ ବୋଲି ଡାକୁଥିଲେ । ବ୍ରିଟିଶ ରାଜ ସମୟରେ ଯେଉଁ କେତେଜଣ ମହିଳା କ୍ରାନ୍ତିକାରୀ ନିଜ ଜୀବନ ତଥା ନିଜ ପରିବାରର ଜୀବନକୁ ତୁଚ୍ଛ କରି ଦେଶ ମାତୃକା ପାଇଁ ସର୍ବସ୍ଵ ଅର୍ପଣ କରି ନିର୍ଭୀକ ଭାବେ ତାହାକୁ ସଶସ୍ତ୍ର ବିରୋଧ କରିଥିଲେ ସେମାନଙ୍କ ମଧ୍ୟରେ ଦୂର୍ଗା ଭାବୀ ଅନ୍ଯତମ । ୦୭ ଅକ୍ଟୋବର ୧୯୦୭ ଦିନରେ ସେ ଜନ୍ମଗ୍ରହଣ କରିଥିଲେ ।
ମୁଖ୍ୟ ରୂପେ ସେ କ୍ରାନ୍ତିକାରୀ ମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗେଇବାରେ ସେ ଅତ୍ୟନ୍ତ ପାରଙ୍ଗମ ଥିଲେ । ଚନ୍ଦ୍ରଶେଖର ଆଜାଦ ଶେଷ ସମୟରେ ଯେଉଁ ପିସ୍ତଲରୁ ନିଜକୁ ଗୁଳି ମାରି ପ୍ରାଣତ୍ୟାଗ କରିଥିଲେ ତାକୁ ଦୂର୍ଗା ଭାବୀ ହିଁ ଦେଇଥିଲେ । ୯ ଅକ୍ଟୋବର ୧୯୩୦ରେ 'ଗଭର୍ନର ହେଲି' ଉପରେ ସେ ନିଜେ ଗୁଳି ଚଳେଇଥିଲେ କିନ୍ତୁ ତାର ସୌଭାଗ୍ୟ ବଶତଃ ସେ ବଞ୍ଚି ଯାଇଥିଲା । ଏହି ମାମଲାରେ ସେ ତିନି ବର୍ଷ କାରାବରଣ ମଧ୍ୟ କରିଥିଲେ । ସାଣ୍ଡରସ ହତ୍ୟା ପରେ ସହିଦ ଭଗତ ସିଂହଙ୍କୁ ମଧ୍ୟ ସେ ଛଦ୍ମବେଶରେ ଲାହୋର ପହଞ୍ଚିବାରେ ସାହାଯ୍ୟ କରିଥିଲେ । ଭାରତ ସ୍ଵାଧୀନ ହେଲା ପରେ ସେ ଗାଜିଆବାଦରେ ଅତି ସାଧାରଣ ଜୀବନଯାପନ କରି ୧୫ ଅକ୍ଟୋବର ୧୯୯୯ରେ ଦେହରକ୍ଷା କରିଥିଲେ ।
ମହାନ କ୍ରାନ୍ତିକାରୀ ଦୂର୍ଗା ଭାବୀ
/kanak/media/post_attachments/wp-content/uploads/2024/07/durgabhabi.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)