ଭାରତ-ଚୀନ ସର୍ମ୍ପକକୁ ନେଇ ଭାରତୀୟ ବୈଦେଶିକମନ୍ତ୍ରୀଙ୍କ ବଡ ବୟାନ: କହିଲେ କଠିନ ସମୟ ଦେଇ ଗତି କରୁଛି ଦୁଇ ଦେଶର ସର୍ମ୍ପକ

217

କନକ ବ୍ୟୁରୋ: ଭାରତ-ଚୀନ ସର୍ମ୍ପକକୁ ନେଇ ବଡ ବୟାନ ରଖିଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଦୁଇ ଦେଶର ସର୍ମ୍ପକ କଠିନ ସ୍ଥିତି ଦେଇ ଗତି କରୁଥିବା ସ୍ପଷ୍ଟ ଶଦ୍ଧରେ କହିଛନ୍ତି ଏସ ଜୟଶଙ୍କର । ଭାରତ ଓ ଚୀନ ମଧ୍ୟରେ ଅନେକ ଥର ସାମରିକ ଓ କୁଟିନୀତିସ୍ତରରେ ଆଲୋଚନା ପରେ ସମାଧାନର ବାଟ ଫିଟୁନଥିବା ଥାଇଲ୍ୟାଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଜୟଶଙ୍କର । ଦୁଇ ଦେଶ କିଭଳି ନିଜ ସୌହାଦ୍ଦ୍ୟ ପୂରା କରୁଛନ୍ତି ତା ଉପରେ ଦୁଇ ଦେଶର ସର୍ମ୍ପକ ନିର୍ଭର କରୁଛି । ସେ ଏକଥା ମଧ୍ୟ କହିଛନ୍ତି କି ଚୀନର ବେଆଇନ ଗତିବିଧି ଦୁଇ ଦେଶର ସର୍ମ୍ପକକୁ ଖରାପ କରୁଛି । ବିଶେଷ କରି ସୀମା ବିବାଦରେ ଚୀନର ଭୂମିକା କିଛି ଠିକ ନାହିଁ ଓ ଏହାର ସମାଧାନ ପାଇଁ ଭାରତ ଏକତରଫା ଉଦ୍ୟମ କରି ଚାଲିଛି ।ଏଥିସହ ଜୟଶଙ୍କର ସ୍ପଷ୍ଟ କରିଛନ୍ତି କି ସୀମାରେ ଉତେଜନା କମ ହୋଇନି । ଯେଉଁ ପର୍ଯନ୍ତ ଶାନ୍ତି ସ୍ଥାପନ ହୋଇନି ପର୍ଯ୍ୟନ୍ତ ସର୍ମ୍ପକରେ ସୁଧାର ଆସିବା କମ ଥିବା ଭାରତ କହିଛି ।