ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ ୟୁକ୍ରେନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି । ଏଥି ସହିତ ଏସ ଜୟଶଙ୍କର କହିଛନ୍ତି ଯେ ନିକଟ ଅତୀତରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆମେ ଖୁସି ଯେ ଆମର କିଛି ଦ୍ୱିପାକ୍ଷିକ କୌଶଳ ମଧ୍ୟ ସଫଳ  ହୋଇପାରିଛି ।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହା ହେଉଛି ତାଙ୍କର ପ୍ରଥମ ଭାରତ ଗସ୍ତ । ଦିଲ୍ଲୀରେ ପହଞ୍ଚିବା ପରେ କୁଲେବା କହିଛନ୍ତି ଯେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ପିଏମ ମୋଦୀଙ୍କ ମଧ୍ୟରେ ଆଲୋଚନାକୁ ଆଗେଇ ନେବେ ଏବଂ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବେ । ଏହି ସମୟରେ କୁଲେବା ଭାରତର ବୈଦେଶିକ  ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଭେଟିଥିଲେ। ବୈଠକ  ପରେ ଜୟଶଙ୍କର କହିଛନ୍ତି ଯେ ନିକଟ ଅତୀତରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆମେ ଖୁସି ଯେ ଆମର କିଛି ଦ୍ୱିପାକ୍ଷିକ କୋଶଳ ସକ୍ରିୟ ହୋଇପାରିଛି ଏବଂ ଫଳପ୍ରଦ ହେଇଛି ।

ୟୁକ୍ରେନର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି । ଆଜି ଏହି ଆଲୋଚନା ପରେ ଆମେ ଆନ୍ତରାଜ୍ୟ ଆୟୋଗର ବୈଠକକୁ ମଧ୍ୟ ଅପେକ୍ଷା କରିଛୁ । ଆପଣଙ୍କ ପରିଦର୍ଶନ ଆମକୁ ଆପଣଙ୍କ ଅଞ୍ଚଳର ପରିସ୍ଥିତିକୁ ବୁଝିବାକୁ ସୁଯୋଗ ଦେଇଥାଏ ।  ଆମ ଦଳ ଆଲୋଚନା ପାଇଁ ଏକ ବିରାଟ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି ।

କଣ କହିଲେ ଭାରତର ବିଦେଶ ମନ୍ତ୍ରୀ ?

ସ୍ୱିଜରଲ୍ୟାଣ୍ଡ ଦ୍ୱାରା ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ଉଭୟ ଦେଶ ଭାରତର ଅଂଶଗ୍ରହଣ ବିଷୟରେ ଆଲୋଚନା କରିବେ ବୋଲି ବିଶ୍ୱାସ କରାଯାଏ । ଜୟଶଙ୍କର ତାଙ୍କ ବାର୍ତ୍ତାଳାପ ପୂର୍ବରୁ X ରେ ପୋଷ୍ଟ କରିଛନ୍ତି, ୟୁକ୍ରେନର ବୈଦେଶିକ ମନ୍ତ୍ରୀଙ୍କୁ  ହାଇଦ୍ରାବାଦ ହାଉସକୁ ସ୍ୱାଗତ । ହାଇଦ୍ରାବାଦ ହାଉସରେ ତାଙ୍କ ୟୁକ୍ରେନ ପ୍ରତିପକ୍ଷଙ୍କ ସହ ହାତ ହଲାଉଥିବା ଏକ ଫଟୋ ମଧ୍ୟ ଜୟଶଙ୍କର ସେୟାର କରିଛନ୍ତି । ଦୁଇ ବର୍ଷରୁ ଅଧିକ ପୁରୁଣା ରୁଷ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କୁଲେବାଙ୍କ ଗସ୍ତର ଏକ ଅଂଶ ।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ କୁଲେବା କଣ କହିଲେ ?  

ଗୁରୁବାର ଦିନ କୁଲେବା X ରେ ପୋଷ୍ଟ କରିଥିଲେ, ମୁଁ ଡକ୍ଟର ଏସ ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ ନୂଆଦିଲ୍ଲୀ ଯାଉଛି । ୟୁକ୍ରେନ-ଭାରତୀୟ ସହଯୋଗ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ପୁନର୍ବାର ସମ୍ପର୍କକୁ ମଜବୁତ କରିବୁ । ଆପଣଙ୍କୁ କହିରଖୁଛୁ ଯେ ମାର୍ଚ୍ଚ ୨୦ ରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଥିଲେ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏଥି ସହିତ ପୁଟିନଙ୍କ ସହ କଥାବାର୍ତ୍ତା ବେଳେ ସେ ପଞ୍ଚମ ଥର ପାଇଁ ନିର୍ବାଚନରେ ​​ଜିତିଥିବାରୁ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।