ବୈଦେଶିକ ମନ୍ତ୍ରୀ ଜୟଶଂକର ଓ ସଂଯୁକ୍ତ ଆରବ ଏମିରେଟ୍ ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜୟେଦ ଅଲ୍ ନାହିଁୟାଙ୍କ ମଧ୍ୟରେ ସମସ୍ତ ଦ୍ୱିପାକ୍ଷୀୟ ସଂପର୍କ ଉପରେ ବିସ୍ତ୍ରୁତ ଆଲୋଚନା

61

କନକ ବ୍ୟୁରୋ : ବୈଦେଶିକ ମନ୍ତ୍ରୀ ଜୟଶଂକର ଓ ସଂଯୁକ୍ତ ଆରବ ଏମିରେଟ୍ ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜୟେଦ ଅଲ୍ ନାହିଁୟାଙ୍କ ମଧ୍ୟରେ ସମସ୍ତ ଦ୍ୱିପାକ୍ଷୀୟ ସଂପର୍କ ଉପରେ ବିସ୍ତ୍ରୁତ ଆଲୋଚନା ହୋଇଛି । ଜୟଶଂକରଙ୍କ ଦୁଇ ଦିନିଆ ଆରବ ଏମିରେଟ୍ ଗସ୍ତ ସମୟରେ ସେଠିକାର ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲାଙ୍କ ସହ କୋଭିଡ-୧୯ ର ମୁକାବିଲା ଓ ଅର୍ଥନୈତିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଉଭୟ ପକ୍ଷ ବାଣିଜ୍ୟ, ପୁଞ୍ଜିନିବେସ, ମୌଳିକ ସମସ୍ୟା, ଶକ୍ତି, ଖାଦ୍ୟ ନିରାପର୍ତ୍ତା ଓ ପ୍ରତିରକ୍ଷା ଭଳି କ୍ଷେତ୍ର ଉପରେ ସମୀକ୍ଷା ହୋଇଥିଲା । ଏହାସହ ଏହି ଦୁଇ ନେତାଙ୍କ ଭିତରେ ସାଂପ୍ରତିକ, ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବି ଆଲୋଚନା ହୋଇଥିବା ସୂଚନା ମିଳିଛି । ଉଭୟ ଦେଶର ସ୍ୱାର୍ଥ ସମ୍ବଳିତ କ୍ଷେତ୍ର ଗୁଡିକରେ ସହଯୋଗ ବୃଦ୍ଧି ପାଇଁ ଉଭୟ ନେତା ଏକମତ ହୋଇଥିବା ଜଣାପଡିଛି ।
ଏହି ଗସ୍ତ ସମୟରେ ସଂଯୁକ୍ତ ଆରବ ଏମିରେଟର ପ୍ରବାସୀ ଭାରତୀୟ ମାନଙ୍କ ସ÷ହ ଆଲୋଚନା କରିଥିଲେ ଜୟଶଂକର । କୋଭିଡ୍ ପରବର୍ତ୍ତି ସ୍ଥିତି ବିଷୟରେ ସେ ସରକାରଙ୍କ ପ୍ରତିଶୃତିବଦ୍ଧତା ବିଷୟରେ ପ୍ରବାସୀ ଭାରତୀୟ ମାନଙ୍କୁ ସୂଚନା ଦେଇଥିଲେ । ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହି କଥାବାର୍ତ୍ତା ହୋଇଥିଲା । ଏଥିରେ କୋଭିଡ ମହାମାରୀ ସମୟରେ ସେଠାରେ ଥିବା ଭାରତୀୟ ଦୂତାବାସକୁ ପ୍ରବାସୀ ଭାରତୀୟ ମାନେ କରିଥିବା ସହଯୋଗକୁ ସେ ପ୍ରଶଂସା କରିଥିଲେ ।

ତାଙ୍କ ଗସ୍ତର ପ୍ରଥମ ଦିନ (ବୁଧବାର) ସେ ଆବୁଧାବିର ଯୁବରାଜ ଶେଖ୍ ମହମ୍ମଦ ବିନ୍ ଜୟେଦ ଅଲ୍ ନାହିଁୟାଙ୍କ ସହ ଆଲୋଚନା କରିଥିଲେ । କୋଭିଡ୍ ସମୟରେ ସେ ସେଠାରେ ଭାରତୀୟ ମାନଙ୍କୁ ଯେଭଳି ଭାବେ ଆରବ ଏମିରେଟ୍ ସହଯୋଗ କରିଥିଲା ତାକୁ ନେଇ ସେ ଯୁବରାଜ୍ ଙ୍କୁ ପ୍ରଶଂସା କରିଥିଲେ । ଏହାସହ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ବାର୍ତ୍ତାକୁ ସେ ଯୁବରାଜଙ୍କୁ ଶୁଣାଇଥିଲେ । ଏହି ଭେଟ ସମୟରେ ଉଭୟ ଦେଶ ମଧ୍ୟରେ ବହୁ ଆଞ୍ଚଳିକ ଓ ଆନ୍ତର୍ଜାତୀୟକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।