ଆଜିର ସମୟରେ ପ୍ରସାରଣର ଗତି ଏତେ ଅଧିକ ବଢିଯାଇଛି ଯେ ନିମିଶକେ ମାତ୍ରରେ ଗୋଟିଏ ଭିଡିଓ ସେନସେସନ୍ ପାଲଟିଯାଉଛି । ଏଥିପାଇଁ ସୋସିଆଲ୍ ମିଡିଆ ମୁଖ୍ୟ ରୋଲ୍ ରହିଛି । ସୋସିଆଲ୍ ମିଡିଆରେ ୩୦ ସେକେଣ୍ଡର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ୨ ଦିନ ଧରି ଏହି ଭିଡିଓ ଟ୍ରେଣ୍ଡିଙ୍ଗ୍ ଲିଷ୍ଟରେ ରହିବା ସହ ସେନସେସନ୍ ପାଲଟିଛି । ତେବେ ,ଏହି ଭିଡିଓଟି ରାଉରକେଲାରେ ସୁଟ୍ ହେଇଥିବା ବୋଲି ଜଣାପଡିଛି । ଇଣ୍ଡିଆ-ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ ଚାଲିଥିବା ବେଳେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲା । ତେବେ ଏହି ଭିଡିଓଟିକୁ ମିଲିୟନ୍ ସଂଖ୍ୟାରେ ଲୋକ ଦେଖିସାରିଥିବା ବେଳେ ବହୁତ ଲୋକ ସେୟାର୍ କରିଛନ୍ତି ।
ଏହି ଭିଡିଓଟି ରାଉରକେଲାର ପ୍ରସିଦ୍ଧ ହନୁମାନ ବାଟିକା ଛକ ପାଖରେ ଉତ୍ତୋଳନ କରାଯାଇଥିଲା । ତେବେ ଏହି ଭିଡିଓଟି ସତ୍ୟ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନିଜ ମୋବାଇଲରେ ଉତ୍ତୋଳନ କରିଛନ୍ତି । ୨୨,୨୨୨ ଲୋକ ଏବେ ଏହି ଭିଡିଓଟିକୁ ସେୟାର୍ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/FLAG-1.jpg)