କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ମୋଦି ସରକାର ଦେଶର ଗରିବ ତଥା ଚାଷୀମାନଙ୍କ ପାଇଁ ରାସନ ସହ ପ୍ରଦାନ କରିଛନ୍ତି ଆର୍ଥିକ ସହାୟତା । ଅର୍ଥିମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ଅନୁସାରେ, ପିଏମ କିଷାନ ଯୋଜନା ଅନୁଯାୟୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି , ଯାହାଦ୍ୱାରା ଚାଷୀ ତାର କାମ ଧନ୍ଦା କରିପାରିବେ । ତେବେ ଶନିବାର ଅର୍ଥମନ୍ତ୍ରୀ ଟ୍ୱିଟ କରି ଏସଂକ୍ରାନ୍ତ ସୂଚନା ଦେଇ କହିଛନ୍ତି ଯେ, ପିଏମ-କିଷାନ ଯୋଜନା ଅନୁସାରେ ୯.୧୩ କୋଟି ଚାଷୀଙ୍କୁ ୧୮,୨୫୩ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ତେବେ ଯଦି କୌଣସି ଚାଷୀର ଖାତାରେ ଏହି ଟଙ୍କା ଟ୍ରାନ୍ସଫର ହୋଇନାହିଁ ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଆପଣ କିଭଳି ଏହାକୁ ଚେକ୍ କରିପାରିବେ ।
अवसंरचनात्मक परियोजनाओं के माध्यम से ग्रामीण रोजगार को बढ़ावा देने के लिए मार्च, 2020 के दौरान RIDF के तहत राज्यों को 4224 करोड़ रुपये का समर्थन प्रदान किया गया और मार्च, 2020 से कृषि जिंसों की खरीद के लिए 6700 करोड़ रुपये की कार्यशील पूंजी सीमा स्वीकृत की गई है : वित्त मंत्री https://t.co/DoSbjjequL
— PIB in Rajasthan (@PIBJaipur) May 9, 2020
ଯଦି ଆପଣଙ୍କ ବ୍ୟାଙ୍କ ଆକାଉଂଟକୁ ପିଏମ କିଷାନ ଯୋଜନାର ଆର୍ଥିକ ସହାୟତା ଆସିନାହିଁ ଟଙ୍କା ଆସିନାହିଁ ତେବେ ଆପଣ ଏନେଇ ଆକାଉଂଟାଂଟ କିମ୍ବା ଜିଲ୍ଲା କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ । ଏହାଛଡା ଯଦି ଆପଣଙ୍କୁ ଏମାନଙ୍କଠାରୁ କୌଣସି ସହଯୋଗ ନମିଳେ ତେବେ ଆପଣ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟର ହେଲପଲାଇନ ନମ୍ବରର ସହାୟତା ଲୋଡିପାରିବେ । ତେବେ ପିଏମ-କିଷାନ ହେଲପଲାଇନ ନମ୍ବର ୧୫୫୨୬୧ କିମ୍ବା ଟୋଲ ଫ୍ରି ନମ୍ବର ୧୮୦୦୧୧୫୫୨୬ରେ ଆପଣ ଯୋଗାଯୋଗ କରିପାରିବେ । ଏହାବ୍ୟତୀତ ଆପଣ କୃଷି ମନ୍ତ୍ରାଳୟର ୦୧୧-୨୩୩୮୧୦୯୨ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ ।
ସେହିଭଳି ପିଏମ କିଷାନ ଯୋଜନାର ହିତାଧିକାରୀ ତାଲିକାରେ ଯଦି ଆପଣଙ୍କ ନାଁ ଅଛି କି ନାହିଁ ଜାଣିବାକୁ ଚାହୁଛନ୍ତି ତେବେ ସର୍ବ ପ୍ରଥମେ pmkisan.gov.inକୁ ଯାଆନ୍ତୁ ।
• ଏଠାରେ ହୋମ ପେଜରେ ଏକ ମେନ୍ୟୁ ବାର ନଜର ଆସିବ ଏବଂ ଏଠାରେ ଥିବା ଫାର୍ମର କର୍ନର ଅପସନ ଉପରେ କ୍ଲିକ କରନ୍ତୁ ।
• ଏହାପରେ ଏଠାରେ ହିତାଧିକାରୀଙ୍କ ତାଲିକା ଲେଖାଯାଇଥିବା ଏକ ଅପସନ ନଜର ଆସିବ, ଯାହା ଉପରେ କ୍ଲିକ କରନ୍ତୁ ।
• ଏବେ ଆପଣ ଆପଣଙ୍କର ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା, ବ୍ଲକ ଏବଂ ଗାଁ ବିବରଣୀ ଭରନ୍ତୁ ।
• ଏସବୁ ତଥ୍ୟ ଭରିବା ପରେ ଏଠାରେ ନଜର ଆସୁଥିବା ଗେଟ୍ ରିପୋର୍ଟ (Get Report ) ବିକଳ୍ପରେ କ୍ଲିକ୍ କରନ୍ତୁ । ତେବେ କ୍ଲିକ କରିବା କ୍ଷଣି ଆପଣଙ୍କ ସାମ୍ନାରେ ପୂରା ତାଲିକା ଚାଲିଆସିବ ।
ଏହାବ୍ୟତୀତ ପିଏମ-କିଷାନ ସମ୍ମାନ ଯୋଜନା ନିଧି ସଂପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ www.yojanagyan.inକୁ ଯାଇ ମଧ୍ୟ ସମସ୍ତ ସୂଚନା ପାଇପାରିବେ ।