କନକ ବ୍ୟୁରୋ : ନୋପାଳ ପୋଲିସ ଗୁଳିରେ ଭାରତୀୟ ଚାଷୀ ମୃତ । ଗତକାଲି ସଂଧ୍ୟାରେ ଉତ୍ତରପ୍ରଦେଶର ଭାରତ-ନେପାଳ ସୀମାକୁ ଲାଗି ରହିଥିବା ଏକ ଗାଁରେ ଘଟିଛି ଏହି ଗୁଳିକାଣ୍ଡ । ସୂଚନା ଅନୁସାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଉତ୍ତରପ୍ରଦେଶ ପିଲଭିଟ ଜିଲ୍ଲାର ଭୂମି ଦାନ ଗାଁର ଗୁରମେଜ ସିଂ, ରେଶମ ସିଂ ଓ ପପୁ ସିଂ ଆଖୁ କ୍ଷେତକୁ ଯାଇଥିଲେ । ନୂଆ ଫସଲ ଦେଖିବା ପାଇଁ ଏମାନେ କ୍ଷେତକୁ ଯାଇଥିବାବେଳେ ନେପାଳ ପୋଲିସ ଏମାନଙ୍କ ଉପରକୁ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି । ହେଲେ ନେପାଳ ପୋଲିସ ପକ୍ଷରୁ କୁହାଯାଇଛି, ଏମାନେ ବେଆଇନ ଭାବେ ଡ୍ରଗ୍ସ ଚାଲାଣ କରୁଥିଲେ । ଏପରିକି ସେମାନେ ନେପାଳ ସୀମାର ୨ଶହ ମିଟର ଭିତରକୁ ପଶି ଆସିଥିଲେ । ପୋଲିସର ବାରଣ ପରେ ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ।
ଏହାପରେ ବିଳମ୍ବିତ ରାତି ଯାଏଁ ଉଭୟ ପକ୍ଷର ପୋଲିସ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପିଲଭିଟ ଏଡିଜି ଏହି ବୈଠକରେ ସାମିଲ ହୋଇଥିଲେ । ନେପାଳ ପକ୍ଷରୁ କରାଯାଇଥିବା ଦାବିର ଯାଂଚ କରାଯାଉଥିବା ସେ ସୂଚନା ଦେଇଛନ୍ତି । ମୃତାହତଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିଥିବା ନେଇ ତାଙ୍କ ପାଖରେ ସୂଚନା ନାହିଁ । ନେପାଳ ପୋଲିସ ଏନେଇ ରିପୋର୍ଟ ମଗାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/10-4.jpg)