ଭୟ ବଢାଇଲା ଭାଇରସ । ଚୀନ ପରେ ଭାରତକୁ ଡେଇଁଲା କରୋନା ଭୂତାଣୁ । କେରଳରେ ଚିହ୍ନଟ ହେଲା ଦେଶର ପ୍ରଥମ ରୋଗୀ

ସେପଟେ ଚୀନରେ ଗତ ୨୪ ଘଂଟାରେ ଗଲାଣି ୩୮ ଜଣଙ୍କ ଜୀବନ

1,064

କନକ ବ୍ୟୁରୋ: ଭୟ ବଢାଇଲା କରୋନା ଭୂତାଣୁ ।  କରୋନା ଭୂତାଣୁରେ ଜଣେ ଭାରତୀୟ ଚିହ୍ନଟ  ହୋଇଛନ୍ତି । ଏହି ଛାତ୍ର କେରଳର ବୋଲି ଜଣାପଡିଛି ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ସଂପୃକ୍ତ ଛାତ୍ର ୟାହୁନ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ବୋଲି ଜଣାପଡିଛି । ସେ ନିକଟରେ କେରଳ ଫେରିଛନ୍ତି ।  ତେବେ ସଂପୃକ୍ତ ଛାତ୍ରର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି  ଓ  ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ।

ଏପଟେ, ରାଜ୍ୟ ସରକାରଙ୍କୁ ଘାରିଲା କରୋନା ଭାଇରସ ମୁକାବିଲା ଚିନ୍ତା । ଲୋକସେବା ଭବନରେ କରୋନା ଭାଇରସର ସମୀକ୍ଷା କରାଯାଇଛି ।  କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି  । କିଭଳି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ସେ ନେଇ ଆଲୋଚନା  କରାଯାଇଛି । ସମୀକ୍ଷା ପରେ ସ୍ୱାସ୍ଥ୍ୟୃ ସଚିବ ନିକୁଂଜ ଧଳ କହିଛନ୍ତି ଯେ ମାଲେସିଆରୁ ଦୁଇ ଜଣ ଯାତ୍ରୀ ଆସିଥିଲେ ।  ସେମାନଙ୍କ ବ୍ଲଡ ସଂଗ୍ରହ କରାଯାଇଛି । ପୁଣେକୁ ବ୍ଲଡ ସାମ୍ପଲ ପଠାଯାଇଛି । ସେମାନେ ଆଇସୋଲେସନ ହୋଇ ରହିବେ । ଦୁଇଟି ସ୍ଥାନରେ ବ୍ଲଡ ସଂଗ୍ରହ କରାଯିବ  । ଏସସିବି ଓ ଆରଏମଆରସିରେ ସଂଗ୍ରହ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ଗତ ୨୪ ଘଂଟାରେ ଗଲାଣି ୩୮ ଜଣଙ୍କ ଜୀବନ

ଚୀନରେ କାୟା ବିସ୍ତାର କରୁଛି କରୋନା ଭାଇରସ । ଗତ ୨୪ ଘଂଟାରେ ଚୀନରେ ୩୮ ଜଣ ପ୍ରାଣ ହରାଇଲେଣି । କେବଳ ସବୁଠାରୁ ଅଧିକ ପ୍ରଭାବିତ ଅଂଚଳ ୟୁବେଇରେ ୩୭ ଜଣ ପ୍ରାଣ ହରାଇଛନ୍ତି । ଉହାନ ଏହାସହ ମୃତ୍ୟୁସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଗତ କିଛି ଘଂଟା ମଧ୍ୟରେ ୧ ହଜାର ୭ ଶହରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ବର୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଲାଣି ।