ଗତ ମାର୍ଚ୍ଚ ୧୯ ରେ ୪୫ ଜଣ ଖାଲିସ୍ତାନୀ ସମର୍ଥକ ଇଂଲଣ୍ଡରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ ।

Advertisment

ଗତକାଲି NIA ଏହ ଆକ୍ରମଣରେ ଜଡ଼ିତ ଥିବା ୧୯ ଜଣଙ୍କର ଏକ ଲିଷ୍ଟ ଜାରିକରିଛି ।

ଏଥି ସହିତ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସକୁ ଟାର୍ଗେଟ କରିଥିବା ୪ ଜଣ ଖାଲିସ୍ତାନୀ ସମର୍ଥକଙ୍କୁ ମଧ୍ୟ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି NIA ଚିହ୍ନଟ କରିଛି ।

ଏହି ସମସ୍ତ ଚିହ୍ନିତ ଖାଲିସ୍ତାନୀଙ୍କ ପାଇଁ ଇମିଗ୍ରେସନ ବିଭାଗ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର୍ (LOC) ଜାରି କରିବା ନିମନ୍ତେ  NIA ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଇଛି ।

ଶିଖ୍ ଫର ଜଷ୍ଟିସ୍ (SFJ) ସହିତ ଜଡିତ ଖାଲିସ୍ତାନୀ ସମର୍ଥକମାନେ ଜୁଲାଇ ୨ ରେ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ପ୍ରବେଶ କରିଥିଲେ ଏବଂ କାନାଡାରେ ହତ୍ୟା କରାଯାଇଥିବା ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର  ହତ୍ୟାରେ କ୍ରୋଧାନ୍ଵିତ ହୋଇ  ଏହାକୁ ନିଆଁ ଲଗାଇ ଦେଇଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହାତ ହୋଇ ନାହାନ୍ତି ।

ଆସନ୍ତା ମାସରେ NIA କାନାଡା ଯିବ

ଗତ କିଛିବର୍ଷ ଧରି କାନାଡାରେ ଖାଲିସ୍ତାନୀଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ କ୍ରମାଗତ ଭାବେ ବୃଦ୍ଧି ପାଉଛି ।  ଏଠାରେ ଖାଲିସ୍ତାନୀ ସମର୍ଥକମାନେ ବାରମ୍ବାର ଭାରତୀୟ ଦୂତାବାସ ଅଧିକାରୀଙ୍କ ଉପରେ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟା ପାଇଁ ଦୋଷୀ କରି ପୋଷ୍ଟର ମାରୁଛନ୍ତି । ଏପରିକି ସେମାନେ କ୍ରୋଧରେ ଭାରତୀୟ ଦୂତାବାସ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହି ସମସ୍ତ ଖାଲିସ୍ତାନୀ କାର୍ଯ୍ୟକଳାପର ଅନୁସନ୍ଧାନ ପାଇଁ NIAର ଏକ  ଦଳ ଆସନ୍ତା ମାସରେ କାନାଡା ଯିବେ ।

ଏହାପୂର୍ବରୁ NIAର ଏକ  ଦଳ ଇଂଲଣ୍ଡ ଏବଂ ଆମେରିକା ଯାଇ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣର ଯାଞ୍ଚ କରିଥିଲେ । ସେଠାରେ ଆକ୍ରମଣ କରିଥିବା ଖାଲିସ୍ତାନ ସମର୍ଥକଙ୍କୁ ଚିହ୍ନଟ କରିବା ପରେ ଏହା ବର୍ତ୍ତମାନ କାନାଡାରେ ଆକ୍ରମଣ କରିଥିବା ଖାଲିସ୍ତାନ ସମର୍ଥକଙ୍କୁ ଚିହ୍ନଟ କରିବା ପାଇଁ କାନାଡା ଯିବ । ସେମାନଙ୍କୁ  ଚିହ୍ନଟ କରିବା ପରେ, NIA ଇମିଗ୍ରେସନ ବିଭାଗ ଦ୍ଵାରା ଲୁକ୍ ଆଉଟ୍ ସର୍କୁଲାର୍ (LOC)  ଜାରି କରିବାପାଇଁ ଚେଷ୍ଟା କରିବ ।