କନକ ବ୍ୟୁରୋ : ବଢୁଛି ୟୁକ୍ରେନ୍ ସଂକଟ । ଆକ୍ରମଣ ପାଇଁ ୧ ଲକ୍ଷ ୩୦ ହଜାର ସୈନ୍ୟ ଓ ମିସାଇଲ ସହ ଘେରିଲାଣି ଋଷ । ଆସନ୍ତାକାଲି ଯୁଦ୍ଧ ନେଇ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଟ୍ୱିଟ୍ ପରେ ଏବେ ଯୁଦ୍ଧ ନେଇ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି କହିଛନ୍ତି, ନାଟୋ ସହ ଯୋଗ ଦେବା ପାଇଁ ୟୁକ୍ରେନ୍ ଚାହୁଁଥିଲା । ହେଲେ ସେପରି କଲେ ଋଷିଆ ସହ ଯୁଦ୍ଧିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଋଷିଆ ରାଷ୍ଟ୍ରପତି ଧମକ ଦେଉଥିବା କହିଛନ୍ତି ।

Advertisment

ରବିବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପାଖାପାଖି ୬୦ ମିନିଟ୍ କଥା ହୋଇଥିଲେ । ୟୁକ୍ରେନ୍ ଉପରେ ଆକ୍ରମଣ କଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ । ଏହା ପରେ ବି ପରସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଋଷର ୟୁକ୍ରେନ୍ ଉପରେ ଆକ୍ରମଣର ଆଶଙ୍କା ଭିତରେ ଭାରତୀୟଙ୍କୁ ସ୍ୱଦେଶ ଫେରିବାକୁ କହିଛି । ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନଙ୍କର ରହିବା ଜରୁରୀ ନୁହେଁ ସେମାନେ ଭାରତ ଫେରିଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି । ଏହା ସହ ଜରୁରୀ ନଥିଲେ ୟୁକ୍ରେନ୍ ନଯିବା ପାଇଁ କୁହାଯାଇଛି ।

କ’ଣ ରହିଛି ଋଷ-ୟୁକ୍ରେନ୍ ବିବାଦ ?

ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ ବହୁ ପୁରୁଣା । ଏ ସମସ୍ୟା ସେସମୟର ଯେତେବେଳେ ଫିନଲ୍ୟାଣ୍ଡ, ଲାତବିଆ, ପୋଲାଣ୍ଡ, ୟୁକ୍ରେନ୍ ଓ ବେଲାରୁଷ ଭଳି ଦେଶ ଋଷ ସାମ୍ରାଜ୍ୟ ଅଧିନରେ ଥିଲେ । ୧୯୧୮ରେ ୟୁକ୍ରେନ୍ ସ୍ୱାଧିନତାର ଘୋଷଣା କଲା, ହେଲେ ସତ୍ତାକୁ ନେଇ ଟଣାଓଟରା ଭିତରେ ସେଠାରେ ଗୃହଯୁଦ୍ଧ ଆରମ୍ଭ ହୋଇଗଲା । ୟୁକ୍ରେନରେ ଗୃହଯୁଦ୍ଧ ସମସ୍ୟା ଲାଗି ରହିଥିବା ବେଳେ ଦେଶର ଏକ ତୃତୀୟାଂଶ ଭାଗ ତତ୍କାଳୀନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ଲେଲିନଙ୍କ ଲାଲ ସେନା ଅକ୍ତିଆର କରିନେଲା । ୧୯୨୧ରେ ୟୁକ୍ରେନ୍ ସୋବିଏଲ ସ୍ପେଶାଲିଷ୍ଟ ରିପବ୍ଲିକାନର ସ୍ଥାପନା କରାଗଲା ।

୧୯୨୨ ଡିସେମ୍ବରରେ ୟୁକ୍ରେନ୍ ସୋବିଏତ ୟୁନିଅନର ସଂସ୍ଥାପକ ସଦସ୍ୟ ହୋଇଗଲା । ୟୁକ୍ରେନରେ ସୋବିଏତ ସଂଘରୁ ସ୍ୱାଧିନତା ପାଇଁ ବିଦ୍ରୋହ ତେଜିବାରେ ଲାଗିଲା । ୧୯୫୪ରେ ୟୁକ୍ରେନରେ ବିଦ୍ରୋହକୁ ଦବାଇବା ପାଇଁ କ୍ରିମିଆକୁ ୟୁକ୍ରେନରେ ସାମିଲ କରାଗଲା ।  କ୍ରିମିଆ, ୟୁକ୍ରେନ୍ ସହ ଯଡିତ ଥିବା ଏଭଳି ଏକ ରାଜ୍ୟ ଯେଉଁଠି ଋଷ ନାଗରୀକଙ୍କ ସଂଖ୍ୟା ଅଧିକ । ୧୯୯୧ରେ ସୋଭିଏତ ସଂଘରୁ ମୁକ୍ତି ସହ ୟୁକ୍ରେନ୍ ନିଜ ସ୍ୱାଧିନତାର ଘୋଷଣା କଲା ।