‘ଅନଲାଇନ୍ କ୍ଲାସକୁ ଅପେକ୍ଷା ନକରି ପଳାଇଆସ’ । ଭାରତୀୟ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରଦୂତଙ୍କ ଅପିଲ ।

Advertisment
‘ଅନଲାଇନ୍ କ୍ଲାସକୁ ଅପେକ୍ଷା ନକରି ପଳାଇଆସ’ । ଭାରତୀୟ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରଦୂତଙ୍କ ଅପିଲ ।

କନକ ବ୍ୟୁରୋ: ୟୁକ୍ରେନରେ ଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ପୁଣିଥରେ ଆଡଭାଇଜରୀ ଜାରି କରିଛନ୍ତି ଭାରତୀୟ ରାଷ୍ଟ୍ରଦୂତ । ସେଠାରେ ରହି ଅନଲାଇନ୍ କ୍ଳାସ ପାଇଁ ଅପେକ୍ଷା ନକରି ବରଂ ତୁରନ୍ତ ନିଜ ଦେଶକୁ ଫେରିଆସିବାକୁ ଦୂତାବାସ ପକ୍ଷରୁ ଅପିଲ କରାଯାଇଛି । ଆଜି ସେଠାରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ଏକ ବିମାନ ପଠାଇଥିବା ସୂଚନା ରହିଛି ।

ରିପୋର୍ଟ ମୁତାବକ, ୟୁକ୍ରେନ୍ ସଂକଟ ବଢିବାରେ ଲାଗିଛି । ୟୁକ୍ରେନକୁ ପଠାଗଲା ରୁଷ ସେନା । ୟୁକ୍ରେନର ଦୁଇଟି ଅଂଚଳ ଲୁହାନସ୍କ ଓ ଡୋନେକ୍ସକୁ ଦେଶର ମାନ୍ୟତା ମିଳିଛି । ଏହା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଏହି ଦୁଇ ଅଂଚଳକୁ ସେନା ପଠାଇବା ପାଇଁ ଆଦେଶ ଦେଇଛନ୍ତି । ଏବେ ଋଷ ସେନା ଏହି ଦୁଇ ଅଂଚଳକୁ ଯିବେ । ପୂର୍ବରୁ ଏହି ଅଂଚଳରେ ୟୁକ୍ରେନ୍ ବିରୋଧୀ ଓ ସମର୍ଥକ ଉପସ୍ଥିତ ରହିଛନ୍ତି । ଏପଟେ ଦୁଇ ଦେଶର ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe