ଏଣିକି ପ୍ରତିଟି ଘରେ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ । ବିଜୁଳୀ ଉପଭୋକ୍ତାଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ପାୱାର । ବିଳମ୍ବରେ ବିଦ୍ୟୁତ୍ ବିଲ୍ ଆସିଲେ ଟଙ୍କା ଛାଡ କରିବ କମ୍ପାନୀ ! ବିନା ସୂଚନାରେ ଲାଇନ କାଟ୍ ହେଲେ ଜରିମାନା ଭରିବେ ସଂସ୍ଥା ।

1,389

କନକ ବ୍ୟୁରୋ: ଶକ୍ତି ବିଭାଗକୁ ନେଇ କେନ୍ଦ୍ର ସରକାର ନେଇପାରନ୍ତି କଠୋର ପଦକ୍ଷେପ । ଫଳରେ ଦେଶରେ ପ୍ରଥମ ଥର ପାଇଁ ବିଜଳୀ ଉପଭୋକ୍ତାଙ୍କୁ ଏକ ପ୍ରକାରର ପାଓାର ମିଳିବାକୁ ଯାଉଛି । ତେବେ ଏନେଇ ଶକ୍ତି ମନ୍ତ୍ରାଳୟ ତରଫରୁ ଉଭୟ ଜନତା ଏବଂ ବିଭିନ୍ନ ରାଜ୍ୟର ରାଜ୍ୟ ସରକାରଙ୍କ ମତାମତ ଲୋଡାଯାଇଛି । ଏବଂ ଏହି ମତାମତ ଉପରେ ବିଚାର ବିମର୍ଷ କରାଯାଇ କେନ୍ଦ୍ର ସରକାର ଏହି ବ୍ୟବସ୍ଥାକୁ ଖୁବ୍ ଶୀଘ୍ର ଦେଶବ୍ୟାପୀ ଲାଗୁ କରିପାରନ୍ତି ।

ଏଣିକି ଆପଣଙ୍କୁ ବିଜୁଳୀ ସଂଯୋଗ ସେତେବେଳେ ଯାଇ ଦିଆଯିବ ଯେତେବେଳେ ଆପଣ ସ୍ମାର୍ଟ ବା ପ୍ରିପେଡ୍ ମିଟର ଲଗାଇବା ପାଇଁ ରାଜି ହେବେ । ତେବେ ଯଦି ଆପଣଙ୍କ ମନରେ ଏପ୍ରକାର ବିଲକୁ ନେଇ କୌଣସି ପ୍ରକାରଶ ସଂସୟ ସୃଷ୍ଟି ହୁଏ ତେବେ ଏଭଳି ପରିସ୍ଥିତିରେ ବିଜୁଳୀ ବିତରକ ସଂସ୍ଥା ରିୟଲ ଟାଇମ୍ ଡିଜେଟ୍ ଦେବାକୁ ବିକଳ୍ପ ଦେବେ । ତେବେ ଶକ୍ତି ମନ୍ତ୍ରାଳୟ ନୂଆ କନଜ୍ୟୁମ ନିୟମ ଜରିଆରେ ଏହି ବ୍ୟବସ୍ଥାକୁ ଏବେ ଆଇନର ରୂପ ଦେବାକୁ ଯାଉଛି । ଯାହା ଫଳରେ ଗ୍ରାହକମାନେ ଏହି ସ୍ମାର୍ଟ ତଥା ପ୍ରିପେଡ ମିଟରକୁ ନିଜେ ଚାହିଁଲେ ଲଗାଇପାରିବେ ଅଥବା ବିତରକ ସଂସ୍ଥା ତରଫରୁ ମଧ୍ୟ ନିଜ ଘରେ ଲଗାଇପାରିବେ । ତେବେ ଏଥିପାଇଁ କୌଣସି ବି ଗ୍ରାହକଙ୍କୁ କୌଣସି ବି ସଂସ୍ଥା ଚାପ ପକାଇପାରିବେ ନାହିଁ । କେବଳ ଏତିକି ନୁହେଁ ଏହି ନୂଆ ନିୟମ ଅନୁଯାୟୀ ଉପଭୋକ୍ତାଙ୍କ ନିକଟକୁ କୌଣସି ପ୍ରକାରର ଅଦରକାରୀ ତଥା ପ୍ରୋଭିଜିନାଲ ବିଲ ମଧ୍ୟ ପଠାଇପାରିବେ ନାହିଁ ବିଜୁଳୀ ବିତରକ ସଂସ୍ଥା । ସେହିଭଳି ଜରୁରୀକାଳୀନ ପରିସ୍ଥିତିରେ ଗୋଟିଏ ଅର୍ଥବର୍ଷରେ ମାତ୍ର ୨ ଥର ପ୍ରୋଭିଜିନାଲ ବିଲ ପଠାଯାଇପାରିବ ବୋଲି ଶକ୍ତି ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଡ୍ରାଫ୍ଟରେ ଉଲ୍ଲେଖ ରହିଛି ।

ଯଦି କୌଣସି ଉପଭୋକ୍ତାଙ୍କ ପାଖକୁ ବିଜୁଳୀ ବିଲ୍ ୬୦ ଦିନ ବିଳମ୍ବରେ ଆସେ ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଉକ୍ତ ବିଲ ଉପରେ ୨ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ତେବେ ବିଜୁଳି ବିଲର ପେମେଂଟ ଆପଣ କ୍ୟାସ୍ , ଚେକ୍ , ଡେବିଡ କାର୍ଡ କିମ୍ବା ନେଟ ବ୍ୟାଙ୍କିଂରୁ କରିପାରିବେ । କିନ୍ତୁ ୧ ହଜାର କିମ୍ବା ଏହାଠୁ ଅଧିକ ବିଲ ପେମେଂଟ୍ ଆପଣ କେବଳ ଅନଲାଇନରେ ହିଁ କରିପାରିବେ । ସେହିଭଳି ବିଜୁଳୀ ବିତରଣ କଂପାନୀ ଉପରେ ଜରିମାନା ବା କ୍ଷତିପୂରଣର ନିୟମ ମଧ୍ୟ ଏହି ନୂଆ ଡ୍ରାଫ୍ଟରେ ପ୍ରସ୍ତାବ ରହିଛି । ଯଦି ବିନା କୌଣସି ସୂଚନା ଦେଇ ଲାଇଟ୍ କାଟ୍ କରାଯାଏ ତେବେ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଉପଭୋକ୍ତାଙ୍କ ସେବା ପାଇଁ ୨୪ ଘଂଟିଆ ଟୋଲଫ୍ରି ସେଂଟର ବ୍ୟବସ୍ଥା କରାଯିବା ସହ ନୂଆ ବିଜୁଳୀ ସଂଯୋଗ କିମ୍ବା କାଟିବା ପାଇଁ ଏବଂ କନେକ୍ସନ ସିଫ୍ଟ କରିବା ପାଇଁ ଏକ ମୋବାଇଲ ଆପ ଲଂଚ କରାଯିବ । ଆଉ ଏହି ଆପରେ କୌଣସି ପ୍ରକାରର ପରିବର୍ତ୍ତନ ଯେପରିକି ନାଁ ପରିବର୍ତ୍ତନ ହେଉ କିମ୍ବା ଲୋଡ ପରିବର୍ତ୍ତନ କିମ୍ବା ମିଟର ବଦଳାଇବା ଆଦି କାମ ଆପଣ ଘରେ ବସି କରିପାରିବେ ।