କାନ୍ଦାହାର ବାଣିଜ୍ୟ ଦୂତାବାସରୁ ଭାରତୀୟ କୂଟନୀତିଜ୍ଞ ଓ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି : ବୈଦେଶୀକ ମନ୍ତ୍ରଣାଳୟ

165

କନକ ବ୍ୟୁରୋ : କାନ୍ଦାହାରରେ ଅଶାନ୍ତି ଦେଖାଦେଇଛି, ତାଲିବାନ ପକ୍ଷରୁ ଆଫଗାନିସ୍ଥାନର ଦକ୍ଷୀଣ ସହର ଆଖ ପାଖ ଅଞ୍ଚଳକୁ ଦଖଲ କରିନିଆଯାଇଥିବା ଦାବି କରାଯିବା ପରେ ଭାରତ ପକ୍ଷରୁ ଆକ୍ସନ ନିଆଯାଇଛି । କାନ୍ଦାହାର ବାଣିଜ୍ୟ ଦୂତାବାସରେ ରହୁଥିବା ଭାରତୀୟ କୂଟନୀତିଜ୍ଞ ଓ ଅଧିକାରୀ ମାନଙ୍କୁ ବୈଦେଶିକ ମନ୍ତ୍ରଣାଳୟର ସହାୟତାରେ ଭାରତୀୟ ବାୟୁସେନା ଦ୍ୱାରା ସେଠାରୁ ବାହାରକୁ ଅଣାଯାଇଛି ।

ସୂଚନା ମିଳିଛି କି କାନ୍ଦାହାର ସ୍ଥିତ ବାଣିଜ୍ୟ ଦୂତାବାସ ରୁ ଭାରତୀୟ କୂଟନୀତିଜ୍ଞ ଓ ଅନ୍ୟମାନଙ୍କୁ ବାହାର କରିବା ପାଇଁ ଭାରତୀୟ ବାୟୁସେନାର ସୂତନ୍ତ୍ର ବିମାନ ବ୍ୟବହାର କରାଯାଇଛି । କାଲି ରାତିରେ ଦୂତାବସରେ ଥିବା ସମସ୍ତ ଭାରତୀୟଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତନ କରାଯାଇଛି ।

ଏକ ବୟାନ ଜାରୀକରି ବିଦେଶ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଏହାସହ ମନ୍ତ୍ରଣାଳୟ କହିଛି କି ଆଫଗାନିସ୍ଥାନର ଭାରତର ଏକ ପଡୋଶୀ ଦେଶ ହୋଇଥିବାରୁ ସେଠାରେ କିଭଳି ଶାନ୍ତି, ସଦଭାବ ଓ ସଂପ୍ରଭୂତା ବଜାୟ ରହିବ ତା ଉପରେ ଭାରତ ନିଶ୍ଚିନ୍ତ ଧ୍ୟାନ ରଖିବ । ଅନ୍ୟପଟେ ଭାରତ ଅଫାଗାନିସ୍ଥାନର ସ୍ଥିତି ଉପରେ ନଜର ରଖିଥିବା କୁହାଯାଇଛି  । ଏହାସହ ଆବଶ୍ୟକ ପଡିଲେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ତାଲିବାନ ଇରାନ ସହିତ ଲାଗିରହିଥିବା ପ୍ରମୁଖ ସୀମା ସହିତ ଆଫଗାନିସ୍ଥାନର ୮୫ ପ୍ରତିଶତ  ଦଖଲ କରିନେଇଥିବା ଦାବି କରିଛି । ଏପଟେ ୨୦ ବର୍ଷ ପରେ ଆମେରିକା ତାର ସୈନ୍ୟ ପ୍ରତ୍ୟାହାର କରି ନେଇଛି ।