କନକ ବ୍ୟୁରୋ: ଭାରତର ଜଣେ ଟପ୍ ଡିପ୍ଲୋମାଟଙ୍କୁ ନିଜ ଦେଶରୁ ବାହାର କରିଛନ୍ତି କାନାଡା ସରକାର । ଏହା ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟାରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ । ଏହା ପରେ ଭାରତୀୟ ଡିପ୍ଲୋମାଟଙ୍କୁ କାନାଡାରୁ ତଡିଦିଆଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଯଦି ଉପରୋକ୍ତ ଅଭିଯୋଗ ସତ ହୁଏ ତେବେ କାନାଡାର ସଂପ୍ରଭୁତା ଏବଂ ଦୁଇ ଦେଶର ପାରସ୍ପରିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା ସ୍ୱାଭାବିକ । ଏହି କାରଣରୁ ଭାରତୀୟ ଅଧିକାରୀଙ୍କୁ କାନାଡାରୁ ବହିଷ୍କାର କରିଦିଆଯାଇଛି ବୋଲି କହିଛନ୍ତି କାନାଡା ବିଦେଶ ମନ୍ତ୍ରୀ ।