ବିଶ୍ୱ ସମକକ୍ଷ ହେଲା ଭାରତ ! ଆଣବିକ କ୍ଷେପଣାସ୍ତ୍ର ଉତକ୍ଷେପଣକାରୀ ବୁଡାଜାହାଜ ଆଇଏନଏସ ଅରିହନ୍ତ ହେଲା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ । 

Advertisment
ବିଶ୍ୱ ସମକକ୍ଷ ହେଲା ଭାରତ ! ଆଣବିକ କ୍ଷେପଣାସ୍ତ୍ର ଉତକ୍ଷେପଣକାରୀ ବୁଡାଜାହାଜ ଆଇଏନଏସ ଅରିହନ୍ତ ହେଲା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ । 

image courtesy - thelogicalindian.com

ଭାରତୀୟ ନୌସେନାରେ ଆଣବିକ କ୍ଷମତା ସମ୍ପନ୍ନ ବୁଡ଼ାଜାହଜ ଆଇଏନଏସ୍ ଅରିହନ୍ତ ସଂପୂର୍ଣ୍ଣ ରୂପେ କାର୍ୟ୍ୟକ୍ଷମ ହୋଇ ସାମିଲ ହେବା ପରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ବିଶ୍ୱ ସମକକ୍ଷ ହୋଇଯାଇଛି। କାରଣ, ସମ୍ପୁର୍ଣ୍ଣ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ୍ ଅରିହନ୍ତ ଆଣବିକ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ବହନ କରିବା ସହ ଏହାକୁ ଅତ୍ୟନ୍ତ ସଫଳତାର ସହ ୭୦୦ କିଲୋମିଟର ଦୂର ପର୍ୟ୍ୟନ୍ତ ଉତକ୍ଷେପଣ କରି ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ମଧ୍ୟ ଭେଦ କରିପାରିବ।

publive-image

ପୂର୍ବରୁ ଏପରି ସାମର୍ଥ୍ୟ ଓ ଏଭଳି ଧରଣର ବୁଡ଼ାଜାହଜ କେବଳ ଯୁକ୍ତରାଷ୍ଟ୍ର ଆମେରିକା, ଋଷିଆ, ଚୀନ୍ ଓ ଫ୍ରାନ୍ସ ନିକଟରେ ରହିଥିଲା। ଅରିହନ୍ତ ବୁଡ଼ାହାହାଜ ପାଇଁ ସ୍ୱତନ୍ତ୍ର ରୂପେ ନିର୍ମିତ ହୋଇଛି କେ- ୧୫ ସାଗରିକା ନାମରେ ସ୍ୱତନ୍ତ୍ର ଧରଣର ଆଣବିକ କ୍ଷେପଣାସ୍ତ୍ର।

publive-image

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସୋମବାର ଦିନ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ବିଷୟ ଘୋଷଣା କରିବା ସହ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଦୁଇ ବୈଜ୍ଞାନିକ ଏ ଯୋସେଫ୍ ଓ ଏମ୍ ୟୁଗେନ୍ଦ୍ର ରେଡ୍ଡିଙ୍କୁ ସମ୍ମାନିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe