ଭାରତର ନୂଆ ମିସାଇଲ ରେଜିମେଣ୍ଟ ‘ପ୍ରଳୟ’

ମୂହୁର୍ତ୍ତକ ମଧ୍ୟରେ ଧ୍ବଂସ କରିଦେବ ପାକିସ୍ତାନର ଆତଙ୍କବାଦୀ ଲଞ୍ଚ ପ୍ୟାଡ

125

 ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ପାଇଁ ପ୍ରଥମ ପ୍ରଳୟ ଟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ ରେଜିମେଣ୍ଟ ଗଠନ ପାଇଁ ଅନୁମତି ଦେଇଛି ।

ଏହାକୁ  କ୍ଷେପଣାସ୍ତ୍ର ନୁହେଁ ବରଂ ଆତଙ୍କବାଦୀଙ୍କ ମୃତ୍ୟୁଦୁତ ଭାବେ ବିବେଚନା କରାଯାଉଛି । ଏହା ପାକିସ୍ତାନରେ ଉପସ୍ଥିତ ଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ପାଇଁ ମହାବିପଦ ସୃଷ୍ଟି କରିବ । ଏହି ମିସାଇଲ ରେଜିମେଣ୍ଟ ମାଧ୍ୟମରେ ଭାରତୀୟ ସେନା ନିଜର ରକେଟ୍ ଫୋର୍ସକୁ ମଜବୁତ କରିବାକୁ ଯାଉଛି ।

ଗତ ବର୍ଷ ଡିସେମ୍ବରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ପ୍ରଳୟ କ୍ଷେପଣାସ୍ତ୍ରର ଏକ ୟୁନିଟକୁ  ମଞ୍ଜୁରୀ ଦେଇଥିଲା । ପ୍ରଳୟ କ୍ଷେପଣାସ୍ତ୍ର ହେଉଛି ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶ ଏବଂ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପଣ ହେଇ ପାରୁଥିବା କ୍ଷେପଣାସ୍ତ୍ର । ଏହାର ରେଞ୍ଜ ୧୫୦  ରୁ ୫୦୦ କିଲୋମିଟର ଅଟେ । ପୂର୍ବତନ ଚିଫ ଡିଫେନସ ଷ୍ଟାଫ  ବିପିନ ରାୱତଙ୍କର ଏହା ପରିକଳ୍ପନା ଥିଲା ।

ପ୍ରଳୟର ଗତି ଘଣ୍ଟାପ୍ରତି ୧୨୦୦  କିଲୋମିଟର ଅଟେ ।  ଏହାର ବେଗକୁ ଘଣ୍ଟା ପ୍ରତି ୨୦୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଆକାଶରୁ ଭୂପୃଷ୍ଟକୁ ପଡ଼ିବାବେଳେ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଏହାର ବେଗ ବହୁତ ବୃଦ୍ଧି ପାଇଥାଏ ।

ଚୀନ ପାଖରେ ଏହି ପ୍ରକାରର ଡୋଙ୍ଗଫେଙ୍ଗ -12 କ୍ଷେପଣାସ୍ତ୍ର ଅଛି। ପାକିସ୍ତାନ ପାଖରେ ମଧ୍ୟ ଏହିପ୍ରକାର କ୍ଷେପଣାସ୍ତ୍ର  ଗଜନଭି, ଏମ -11 (ଚାଇନାରୁ ମିଳିଛି) ଏବଂ ଶାହିନ୍ କ୍ଷେପଣାସ୍ତ୍ର ରହିଛି ।

ସ୍ୱଳ୍ପ ରେଞ୍ଜରେ ଏକ ବଡ଼ ସୁବିଧା ହେଉଛି  ଏହା ସୀମା ନିକଟରେ ଥିବା ଶତ୍ରୁ ଶିବିରକୁ ମୁହୁର୍ତ୍ତକ ମଧ୍ୟରେ  ଧ୍ୱଂସ କରିଦେଇ ପାରିବ ।  ଏହି କ୍ଷେପଣାସ୍ତ୍ର ୨୦୨୧ ଡିସେମ୍ବର ମାସରେ ୨୪ ଘଣ୍ଟା ମଧ୍ୟରେ ଦୁଇଥର ପରୀକ୍ଷଣ କରାଯାଇଥିଲା ।  ଏହି କ୍ଷେପଣାସ୍ତ୍ର ଚୀନ୍ ଏବଂ ପାକିସ୍ଥାନ ସୀମାରେ ନିୟୋଜିତ ହେବା ଯୋଗୁଁ ଉଭୟ ଦେଶ ଆଗକୁ ବଢିବାକୁ ସାହସ କରିବେନାହିଁ ।  ନିଜ ସୀମା ମଧ୍ୟରେ ରହିବେ। ଯଦି ଏହା ସୀମା ନିକଟରୁ ପ୍ରକ୍ଷେପଣ କରାଯାଏ ତେବେ ବଙ୍କର, ତୋପ, ସାମରିକ ବେସ  କିମ୍ବା ପାକିସ୍ତାନର ଅସ୍ତ୍ରଶସ୍ତ୍ର ଡିପୋ ଧ୍ୱଂସ କରିବାକୁ ବେଶି ସମୟ ଲାଗିବ ନାହିଁ ।