କନକ ବ୍ୟୁରୋ: ଦେଖିବାକୁ ଛୋଟ ହେଲେ ଶକ୍ତି କିନ୍ତୁ ଚିନ୍ତା ବାହାରେ । କାନ୍ଧରେ ହେଉ କି ଟ୍ରାଇପଡ୍ , ଟ୍ୟାଙ୍କ ହେଉ କି ହେଲିକପ୍ଟର ସବୁଠି କରିହେବ ଫାୟାର । ଯେକୌଣସି ସ୍ଥାନରୁ ଅତି ସହଜରେ ଏହାକୁ ଟାର୍ଗେଟ କରାଯାଇପାରିବ । ୟୂୁକ୍ରେନ ଉପରେ ଋଷର ଏପରି ମିସାଇଲ ମାଡ ପରେ ଏହି ମିସାଇଲ ଏବେ ଫୋକସ୍ରେ । କାରଣ ଯେଉଁ ମିସାଇଲ ମାଡ କରି ଋଷ ୟୁକ୍ରେନକୁ ଛାରଖାର କରିଛି ଭାରତ ପାଖରେ ରହିଛି ଏହି ଆକାରର ଅଧିକ କ୍ଷମତାଶାଳୀ ସ୍ପାଇକ୍- ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ – ଏଟିଜିଏମଏସ୍ ।
Advertisment
ଶତ୍ରୁ ଯୁଆଡେ ଯାଉ ତାର ପିଛା କରି କରି ମାରିବ  ସ୍ପାଇକ୍- ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ । ଭାରତୀୟ ସେନା ପାଖରେ ଭରପୁର ରହିଛି ଏହି ମିସାଇଲ । ଚୀନ ସହ ସୀମା ବିବାଦ ସମୟରେ ଇଜ୍ରାଏଲ ଠାରୁ ଭାରତ ମଗାଇଥିଲା ଏହି ମିସାଇଲ । ଏହାର ନିର୍ମାଣ ଶୈଳୀ  ଏତେ ବିକଶିତ ଯେ, ଶତ୍ରୁକୁ ଖୋଜି ଖୋଜି ମାରିବା ଯା,ଁ ତା’ର ପିଛା କରୁଥିବ ।  ଏହାର ଅର୍ଥ ଟାର୍ଗେଟ କରି ଫାୟାର କରିଦିଅ ଆଉ ଛାଡିଦିଅ ତା କାମ ସେ କରିବ ହିଁ କରିବ ।
୧୯୮୧ ମସିହାରୁ ଏହାର ବ୍ୟବହାର କରିଆସୁଛି ଏହି ମିନି ମିସାଇଲ । ଏବେ ଭାରତ ସମେତ ଅନ୍ୟ ୩୫ ଟି ଦେଶ ଏହି ମିସାଇଲର ବ୍ୟବହାର କରୁଛନ୍ତି । ୧୯୮୨ ରୁ ଆରମ୍ଭ କରି ଏଯାଏଁ ୭ଟି ବଡ ବଡ ଯୁଦ୍ଧରେ ସ୍ପାଇକ୍- ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲର ବ୍ୟବହାର କରାଯାଇଛି । ଭାରତରେ ୨୦୧୭ରୁ ନେଇ ଆଜିଯାଏଁଁ ଏହାର ୨୮ ହଜାର ୫୦୦ ୟୁନିଟ ପ୍ରସ୍ତୁତ କରାଯାଇସାରିଛି । ୨୦୧୯ର ଆରମ୍ଭରେ ଯେତେବେଳେ ଭାରତର ସମ୍ପର୍କ ତିକ୍ତ ହୋଇଉଠିଥିଲା ସେତେବେଳେ ଆପାତକାଳୀନ ସ୍ଥିତିରେ ଇଜ୍ରାଏଲ ଠାରୁ ଅଧିକ ୨୪୦ଟି ସ୍ପାଇକ୍- ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ସହ ୧୨ଟି ଲଞ୍ଚର୍ସ ମାଗାଇଥିଲା ଭାରତ । ଏହାକୁ ମିଶାଇ ଏବେ ଭାରତୀୟ ପ୍ରତିରକ୍ଷା ବାହିନୀ ପାଖରେ ରହିଛି ମୋଟ ୮୩୫୬ ମିସାଇଲ ସହ ୩୨୧ ଲଞ୍ଚର୍ସ ।
ବିଶେଷ କିର ଶତ୍ରୁର ଟ୍ୟାଙ୍କ ଉଡାଇବାକୁ ବ୍ୟବହାର କରାଯାଉଛି ଏହି ମିନି ମିସାଇଲ । କେବଳ ଟ୍ୟାଙ୍କ ନୁହେଁ ଆକାଶପଥରେ ହେଲିକପ୍ଟର ଓ ବିମାନକୁ ମଧ୍ୟ ଟାର୍ଗେଟ କରି ଖସାଇଦେଇପାରେ ଏହି ଛୋଟ ମନେ ହେଉଥିବା ସ୍ପାଇକ୍- ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ।ଏହାକୁ ମିସାଇଲ ନୁହେଁ ଚଳନ୍ତି ମୃତ୍ୟୁ କହିଲେ ଭୁଲ ହେବନାହିଁ । ଏହାର ୯ଟି ଭ୍ୟାରିଆଣ୍ଟ ରହିଛି । ଏବଂ ବିଭିନ୍ନ ଭ୍ୟାରିଆଣ୍ଟର ଟାର୍ଗେଟ ରେଞ୍ଜ ମଧ୍ୟ ଭିନ୍ନ ଭିନ୍ନ ।
ସ୍ପାଇକ୍ ଏସଆରର ଲକ୍ଷ୍ୟଭେଦୀ କ୍ଷମତା ୧୫ଶହ ମିଟର ଥିବାବେଳେ 
ସ୍ପାଇକ୍ ଏମଆରର ରେଞ୍ଜ ରହିଛି ୨୦୦ରୁ ଅଢେଇ ଶହ ମିଟର
ସ୍ପାଇକ୍ ଏଲଆରର ଟାର୍ଗେଟ ରେଞ୍ଜ ୨୦୦ରୁ ୪ହଜାର ମିଟର ଥିବାବେଳେ
ସ୍ପାଇକ୍ ଏଳଆର-୨ର ରେଞ୍ଜ ହେଉଛି ୫ହଜାର ମିଟର
 ସ୍ପାଇକ୍ଇଆରର ରେଞ୍ଜ ରହିଛି ୮୦୦ ମିଟର
 ସେହିପରି ସ୍ପିକ୍ ଇଆର-୨ର ଟାର୍ଗେଟ ରେଞ୍ଜ ୧୦ହଜାର ମିଟର ଥିବାବେଳେ 
 ସ୍ପାଇକ୍ ଏନଏଲସଏସ୍ର ରେଞ୍ଜ ରହିଛି ୨୫ ହଜାର ମିଟର
ସ୍ପାଇକ୍ ଏଟିଜିଏମଏସ୍ ସହ ହିଟ୍ ୱାରହେଡ୍ ସଂଲଗ୍ନ କରାଯାଏ । ଏହା ପଛରେ ଥିବା ଏକ ସଲିଡ୍ ପ୍ରୋପେଲେଟ୍ ରକେଟ୍ ଏହି ମିସାଇଲକୁ ଏହାର ଟାର୍ଗେଟ ପାଖରେ ପହଞ୍ଚାଇଥାଏ । ଏଥିରେ ଇନଫ୍ରା ହୋମିଙ୍ଗ ଇଲେକ୍ଟ୍ରୋଅପ୍ଟିକାଲ ସିକର ଲଗାଯାଇଥାଏ, ଯାହା ଶତ୍ରୁକୁ ଯେକୌଣସି ପାଣିପାଗରେ ହେଉ ବା ଘନ ଅନ୍ଧାରରେ ହେଉ ଖୋଜି ଖୋଜି ମାରି ପାରିବ । ସରଳ ଅର୍ଥରେ କହିବାକୁ ଗଲେ ଟାର୍ଗେଟରୁ ବାହାରୁଥିବା ଉଷ୍ମତାକୁ ଅନୁଭବ କରି ଏହାର ପିଛା କରେ ସ୍ପାଇକ୍- ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ।
 ୨୦୧୯ରେ ଇଜ୍ରାଏଲ ସହ ଭାରତ ଏହି ମିସାଇଲ ପାଇଁ  ଡିଲ କରିଥିଲା । ଏବେ ଭାରତ ପ୍ରତିରକ୍ଷା ବାହିନୀ ଏହି ମିସାଇଲକୁ ନେଇ ଶକ୍ତିଶାଳୀ ହୋଇଉଠିଛି  ।