ଭଜନ ସମାରୋହରେ ଟଙ୍କା ବର୍ଷା । ଗୀତରେ ମୁଗ୍ଧ ହୋଇ ଗାୟିକାଙ୍କ ଉପରେ ଟଙ୍କା, ଡଲାର ବର୍ଷା କଲେ ଦର୍ଶକ

383

କନକ ବ୍ୟୁରୋ: ଚାଲିଛି ଭଜନ ସମାରୋହ । ଏହି ଅବସରରେ ଗାୟିକାଙ୍କ ଉପରେ ଚାଲିଛି ଟଂକା ବର୍ଷା । କେବଳ ଟଂକା ନୁହଁ ଆମେରିକୀୟ ଡଲାର ବି ବର୍ଷା ହେଉଛି ତାଙ୍କ ଉପରେ । ଆପଣଙ୍କୁ ଆମେ ଦେଖାଉଛୁ ଗୁଜରାଟ ନବସାରୀର ଏକ ଭଜନ କାର୍ଯ୍ୟକ୍ରମର ଦୃଶ୍ୟ । ଗୁଜରାଟର ଲୋକପ୍ରିୟ ଗାୟିକା ଗୀତା ରବାରୀ ମଂଚରେ ପରିବେଷଣ କରୁଛନ୍ତି ସୁମଧୁର ସଙ୍ଗୀ ନା ଏଥିରେ ବିଭୋର ହୋଇଯାଇଛନ୍ତି ଦର୍ଶକ । ଗୀତା ରବାରୀଙ୍କ ଗୀତ ଏତେ ମାତ୍ରାରେ ଦର୍ଶକଙ୍କୁ ଖୁସି ଦେଇଛି ଯେ ସେମାନେ ଭଜନ ପରିବେଷଣ ସମୟରେ ତାଙ୍କ ଉପରେ ଟଂକା ବର୍ଷା କରିବାରେ ଲାଗିଛନ୍ତି । ଜଣେ ଦର୍ଶକ ଟଂକା ବର୍ଷା କରିବା ଭିତରେ ପକେଟରୁ ବାହାର କରିଥିଲେ ଡଲାରର ବଣ୍ଡଲ ।

ଆଉ ଗୋଟିଏ ପରେ ଗୋଟିଏ କରି ଗାୟିକାଙ୍କ ଉପରେ ବର୍ଷା କରି ଚାଲିଲେ ଡଲାର ନୋଟ୍ । ଏପରି ଟଂକା ବର୍ଷା ଭିତରେ ଗାୟିକାଙ୍କ ଚାରିପଟେ ନୋଟ୍ ର ଏକ ଆସ୍ତରଣ ଜମି ଯାଇଥିଲା । ଏହା ହିଁ ପ୍ରମାଣ କରୁଛି କେତେ ପରିମାଣର ଟଂକା ବର୍ଷା ହୋଇଛି । ଶେଷରେ ଏହି ଟଂକାକୁ ସଂଗ୍ରହ କରିବାକୁ ଛୋଟ ଛୋଟ ବାଲଟି ଓ ଡ୍ରମ ଆଣି ଟଂକା ସଂଗ୍ରହ କରାଯାଉଥିଲା । ଅନେକ ସମୟରେ ଚର୍ଚା ହୋଇଥାଏ ଭାରତ ଅର୍ଥନୀତି ଦୁର୍ବଳ ହୋଇଯାଇଛି । ଲୋକଙ୍କ ନିକଟରେ ଟଂକା ନାହିଁ । ଏପରି ଚର୍ଚା ଭିତରେ ଗୁଜରାଟ ନବସାରୀର ଏହି ଦୃଶ୍ୟ ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରୁଛି । କିଏ କହିଲା ଟଂକା ନାହିଁ । ଗୁଜରାଟରେ ତ ଟାକା ସହିତ ହେଉଛି ଡଲାର ବର୍ଷା ।