କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ଏନେଇ କେଜ୍ରିୱାଲ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ ‘ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଛି’
କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ, ଆଦରଣୀୟ ପ୍ରଧାନମନ୍ତ୍ରୀ, ଦେଶର ୧୩୦ କୋଟି ଲୋକଙ୍କର ଇଚ୍ଛା ଯେ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖାଯାଉ । ଆଜି ଦେଶର ଅର୍ଥ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି । ସ୍ୱାଧୀନତାର ୭୫ ବର୍ଷ ପରେ ଭାରତ ବିକାସଶୀଳ ଓ ଗରିବ ରାଷ୍ଟ୍ର ତାଲିକାରେ ଗଣନା ହେଉଛି । ଏହାର ସୁଧାର ଆଣିବାକୁ ଭାରତୀୟମାନଙ୍କୁ କଠିନ ପରିଶ୍ରମ କରିବା ସହ ଭଗବାନଙ୍କର ଆର୍ଶିବାଦ ବି ଦରକାର । ଏଣୁ ମୁଦ୍ରାରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖାଯାଉ ବୋଲି ସେ ତାଙ୍କ ଚିଠିରେ ଲେଖିଛନ୍ତି ।
मैंने प्रधानमंत्री जी को पत्र लिखकर 130 करोड़ भारतवासियों की ओर से निवेदन किया है कि भारतीय करेंसी पर महात्मा गांधी जी के साथ-साथ लक्ष्मी गणेश जी की तस्वीर भी लगाई जाए। pic.twitter.com/OFQPIbNhfu
— Arvind Kejriwal (@ArvindKejriwal) October 28, 2022
ସୂଚନା ଥାଉକି କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପୂର୍ବରୁ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମୁଦ୍ରା ଉପରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ ।
ସେପଟେ କେଜ୍ରିୱାଲଙ୍କର ଏଭଳି ଦାବିକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି । ବିଜେପି କହିଛି କି ଗୁଜରାଟ ଓ ହିମାଚଳ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ହିନ୍ଦୁତ୍ୱକାର୍ଡ ଖେଳିବା ଆରମ୍ଭ କରିଛନ୍ତି । କଂଗ୍ରେସ କହିଛି କି କେଜ୍ରିୱାଲ ହେଉଛନ୍ତି ଛୋଟ ସଂଘୀ