କନକ ବ୍ୟୁରୋ : ଲାକ୍ଷାଦ୍ୱୀପ ଗସ୍ତ କରି ଫଟୋ ସେୟାର କଲେ ପ୍ରଧାନମନ୍ତ୍ରୀ । ମାଳଦ୍ୱୀପରୁ ଆସିଲା ବିବାଦୀୟ ବୟାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ ହୋଇଛନ୍ତି । ହେଲେ ଏହାପରେ ବି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ ଜାରି ରହିଛି । ଏବେ ଟ୍ରାଭେଲ ବୁକିଂ ସଂସ୍ଥା ଇଜ୍ ମାଇଁ ଟ୍ରିପ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛି । ନିଜ ଆପରେ ମାଲଦ୍ୱୀପ ଯାଉଥିବା ବିମାନ ବୁକିଂକୁ ବାତିଲ କରିଛି ଏହି ସଂସ୍ଥା । ଭାରତ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଇଜ ମାଇଁ ଟ୍ରିପ ସଂସ୍ଥା ଏହିପରି ଏକ ପଦକ୍ଷେପ ନେଇଛି ।
Whether it be the beautiful beaches of Udupi , Paradise Beach in Pondi, Neil and Havelock in Andaman, and many other beautiful beaches throughout our country, there are so many unexplored places in Bharat which have so much potential with some infrastructure support. Bharat is… pic.twitter.com/w8EheuIEUD
— Virender Sehwag (@virendersehwag) January 7, 2024
ମାଳଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ । ଟିମ୍ ଇଣ୍ଡିଆର ଅନେକ ଷ୍ଟାର କ୍ରିକେଟର ସୁରେଶ ରୈନା, ଇରଫାନ ପଠାନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ, ବୀରେନ୍ଦ୍ର ସେହୱାଗଭଙ୍କ ଭଳି କ୍ରିକେଟର କ୍ଷୋଭ ପ୍ରକାଶ କରିଛନ୍ତି । ସୁରେଶ ରୈନା ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏକ୍ସରେ ଲେଖିଛନ୍ତି, ମାଲଦ୍ୱୀପର ପ୍ରମୁଖ ବ୍ୟକ୍ତି ମାନେ ଯେଉଁଭଳି ଟିପ୍ପଣୀ କରିଛନ୍ତି ତାହା ଆମେ ଦେଖିଛୁ । ଭାରତୀୟଙ୍କ ପ୍ରତି ଥିବା ଘୃଣା ମନୋଭାବ ଏମାନେ ପରିପ୍ରକାଶ କରିଛନ୍ତି । ଏହା ବହୁତ ନିରାଶଜନକ । ମାଳଦ୍ୱୀପର ଅର୍ଥବ୍ୟବସ୍ଥାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନେକ କଠିନ ସମୟରେ ମାଲଦ୍ୱୀପ ସହ ଛିଡା ହୋଇଛି ଭାରତ । କିନ୍ତୁ ଏବେ ଏଭଳି ଆଭିମୁଖ୍ୟ ସମ୍ପୂର୍ଣ୍ଣ ନିରାଶଜନକ ବୋଲି କହିଛନ୍ତି ରୈନା । ଏବେ ଆମକୁ ଏକଜୁଟ ହେବାକୁ ପଡିବ ଏବଂ ଭାରତର ପ୍ରମୁଖ ସ୍ଥାନକୁ ବିଶ୍ୱ ସାମ୍ନାକୁ ଆଣିବାକୁ ପଡିବ ।
I saw remarks from prominent public figures in the Maldives, expressing hateful and racist comments directed towards Indians. It's disheartening to witness such negativity, especially considering that India contributes significantly to their economy, crisis management and so many… https://t.co/Imulj3g5I7
— Suresh Raina🇮🇳 (@ImRaina) January 7, 2024
ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡ଼ିଆରେ କହିଛନ୍ତି, ଭାରତ ନାଁରେ ଯାହା କୁହାଯାଉଛି ତାହା ବେଶ ଦୁଃଖଦାୟକ । ସୁନ୍ଦର ସମୁଦ୍ର ତଟ ପାଇଁ ଲାକ୍ଷାଦ୍ୱୀପ ପରିଚିତ । ଆଗାମୀ ଛୁଟି ନିଶ୍ଚୟ ଲାକ୍ଷାଦ୍ୱୀପରେ କାଟିବି ବୋଲି କହିଛନ୍ତି ହାର୍ଦ୍ଦିକ ।
Extremely sad to see what’s being said about India. With its gorgeous marine life, beautiful beaches, Lakshadweep is the perfect get away spot and surely a must visit for me for my next holiday 🫶 #ExploreIncredibleIndiapic.twitter.com/UA7suQArLB
— hardik pandya (@hardikpandya7) January 7, 2024
ଇରଫାନ ପଠାନ କହିଛନ୍ତି, ୧୫ ବର୍ଷ ବୟସରୁ ବିଦେଶ ଭ୍ରମଣ କରୁଛି । ମୁଁ ଯେଉଁ ବି ନୂଆ ଦେଶକୁ ଯାଇଛି ଏବଂ ସେଠାକାର ସେବା ଦେଖିବା ପରେ ଭାରତର ଆତିଥେୟତା ଉପରେ ମୋର ବିଶ୍ୱାସ ଆହୁରି ମଜବୁତ ହୋଇଛି । ସମସ୍ତ ଦେଶର ସଂସ୍କୃତିକୁ ସମ୍ମାନ କରିବା ପରେ ନିଜ ଦେଶ ନାଁରେ ନିରାଶଜନକ କଥା ଶୁଣିବା ବେଶ ଦୁଃଖଦାୟକ ।
Having traveled the world since I was 15, every new country I visit reinforces my belief in the exceptional service offered by Indian hotels and tourism. While respecting each country's culture, it's disheartening to hear negative remarks about my homeland's extraordinary…
— Irfan Pathan (@IrfanPathan) January 7, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/pjimage-18-1589042418.jpg)