ବିମାନରେ ବସିବା ପରେ ବିଗିଡିଲା ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା । ତୁରନ୍ତ ଆଇସିୟୁରେ କରାଗଲା ଭର୍ତ୍ତି, ଜାଣନ୍ତୁ ଏବେ କେମିତି ଅଛି ସ୍ୱାସ୍ଥ୍ୟବସ୍ଥା?

372

କନକ ବ୍ୟୁରୋ : ଭାରତୀୟ ବ୍ୟାଟର ତଥା କର୍ଣ୍ଣାଟକ ରଣଜୀ ଟିମ୍ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଅଗରତାଲାର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ମୟଙ୍କଙ୍କୁ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିବା ସୂଚନା । ତ୍ରିପୁରାରୁ ସୁରଟ ଯାତ୍ରା କରିବା ପାଇଁ ବିମାନରେ ଚଢିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ ମୟଙ୍କ ଅଗ୍ରୱାଲ । ପାଟି ଓ ଗଳାରେ ଜଳାପୋଡା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ତ୍ରିପୁରା ରାଜଧାନୀ ଅଗରତାଲାର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସଙ୍ଗେ ସଙ୍ଗେ ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିବା ବେଳେ ବର୍ତମାନ ସେ ସୁସ୍ଥ ଥିବା ଜଣାପଡିଛି ।

ତ୍ରିପୁରା କ୍ରିକେଟ ଆସୋସିଏସନର ଅଧିକାରୀ ମାନେ ଡାକ୍ତରଖାନାରେ ପହଁଚି ମୟଙ୍କଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ବଡଧରଣର ବିପଦ ଟଳି ଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ।