ଭାରତୀୟ କ୍ରିକେଟରଙ୍କୁ ଦିଆଯିବ ବୁଷ୍ଟର ଡୋଜ? ପ୍ରତି ୩ରୁ ୫ ଦିନ ମଧ୍ୟରେ ହୋଇପାରେ କୋଭିଡ ଟେଷ୍ଟ ।

129

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ ଭାରତୀୟ କ୍ରିକେଟ୍ ଟିମର ଖେଳାଳିଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ । ଖେଳାଳିଙ୍କ ସହ ଷ୍ଟାଫଙ୍କ ପାଇଁ ମଧ୍ୟ ବୁଷ୍ଟର ଡୋଜର ବ୍ୟବସ୍ଥା ହୋଇଛି । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର ଚିଫ୍ ମେଡିକାଲ ଅଫିସର ସୁଏବ ମଂଜରା । ସେ କହିଛନ୍ତି ଖେଳାଳି ଚାହିଁଲେ ଫାଇଜର କିମ୍ବା ଜନ୍ସନ୍ ଆଣ୍ଡ ଜନ୍ସନ୍ ଟିକା ନେଇପାରିବେ । ୩ରୁ ୫ ଦିନ ମଧ୍ୟରେ କୋଭିଡ୍ ଟେଷ୍ଟ କରାଯିବ ।

ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଯୋଗୁ ଦକ୍ଷିଣ ଆଫ୍ରିକା ଓ ଭାରତ ମ୍ୟାଚ୍କୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ସୁଏବ ମଂଜରା କହିଛନ୍ତି, ଓମିକ୍ରନକୁ ଦୃଷ୍ଟିରେ ରଖି ବୁଷ୍ଟର ଡୋଜର ବ୍ୟବସ୍ଥା କରାଯାଇଛି । ଆସନ୍ତା ଡିସେମ୍ବରରୁ ଟେଷ୍ଟ ସିରିଜ୍ ଆରମ୍ଭ ହେଉଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ସେଞ୍ଚୁରିଆନରେ ଖେଳାଯିବ । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ତିନିଟି ଟେଷ୍ଟ ଓ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ । ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜକୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଖାସକରି ଓମିକ୍ରନ ଭାଇରସ ଚିହ୍ନଟ ପରେ ଦକ୍ଷିଣ ଆଫ୍ରିକା ଗସ୍ତକୁ ସ୍ଥଗିତ ରଖିଛି ବିସିସିଆଇ ।