ଆର୍ମି କ୍ୟାପ୍ ପିନ୍ଧି ପଡିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ ! ପୁଲୱାମା ସହିଦଙ୍କ ପରିବାରକୁ ଦେବେ ମ୍ୟାଚ ଫିସ୍

440

ମହେନ୍ଦ୍ର ସିଂହ ଧୋନୀଙ୍କ ହୋମଗ୍ରାଉଣ୍ଡ ରାଂଚିରେ ଆଜି ଯେତେବେଳେ ଟିମ ଇଣ୍ଡିଆ ମଇଦାନକୁ ଓହ୍ଲାଇଥିଲା ସେତେବେଳେ ଖେଳାଳୀମାନଙ୍କର ଏକ ନିଆରା ଲୁକ୍ ଦେଖିବାକୁ ମିଳିଥିଲା । ଯାହାକି କ୍ରିକେଟ ମଇଦାନ ଉପରେ ବୋଧହୁଏ କେବେ କେହି ଦେଖି ନଥିବେ ।

ଟସ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳୀମାନଙ୍କୁ ମହେନ୍ଦ୍ର ସିଂହ ଧୋନୀ ଆର୍ମି କ୍ୟାପ୍ ପ୍ରଦାନ କରିଥିଲେ । ଅଧିନାୟକ ବିରାଟ୍ କୋହଲି ମଧ୍ୟ ଆର୍ମି କ୍ୟାପ ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ତେବେ ଭାରତୀୟ ସେନାର ପରାକ୍ରମ, ବଳିଦାନ ଏବଂ ସାହାସର ସମ୍ମାନ ପରି ବିସିସିଆଇ ଏହି ନିଷ୍ପତି ନେଇଥିଲା । ଏହାହିଁ ନୁହେଁ ଅଷ୍ଟ୍ରେଲିଆର ପିଂକ ଟେଷ୍ଟ ଏବଂ ଦ.ଆଫ୍ରିକାର ପିଂକ ଓଡିଆଇ ପରି ଟିମ ଇଣ୍ଡିଆ ପ୍ରତି ବର୍ଷ ଗୋଟିଏ ମ୍ୟାଚ ଏହି ଟୋପି ପିନ୍ଧି ଖେଳିବ ।

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ତୃତୀୟ ଦିନିକିଆ । ଏହି ମ୍ୟାଚ୍ ଧୋନୀଙ୍କ ହୋମ୍ ଗ୍ରାଉଣ୍ଡ୍ ରାଂଚିରେ ଖେଳାଯାଉଛି । ସିରିଜରେ ୨-୦ରେ ଆଗୁଆ ଥିବା କୋହଲି ବ୍ରିଗେଡ୍ ତୃତୀୟ ଦିନିକିଆ ଜିତି ଆଗୁଆ ସିରିଜ ଜିତିବା ଲକ୍ଷ୍ୟରେ ରହିବ । ଦିନ ଅପରାହ୍ଣରେ ରାଂଚି ମୈଦାନରେ ଏକ ବିଗ୍ ଫାଇଟ୍ ଦେଖିବାକୁ ମିଳିବ ।

ସେପଟେ ଉଇକେଟ୍ କିପର ଧୋନୀଙ୍କ ପାଇଁ ରାଂଚି ଦିନିକିଆ, ଘରୋଇ ମୈଦାନରେ ଶେଷ ଦିନିକିଆ । କାରଣ ବିଶ୍ୱକପ୍ ପରେ ଧୋନୀ ଦିନିକିଆ କ୍ରିକେଟରୁ ସନ୍ୟାସ୍ ନେବାର ଇସାରା ଦେଇ ସାରିଛନ୍ତି । ତେଣୁ ବିଶ୍ୱକପ୍ ପୂର୍ବରୁ ଭାରତ ପାଇଁ ଆଉ ସିରିଜ ନଥିବାରୁ ଏହା ଘରୋଇ ମୈ÷ଦାନରେ ମାହୀଙ୍କ ଶେଷ ଦିନିକିଆ ବୋଲି କୁହାଯାଉଛି ।