ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ ପରାଜୟ ପରେ ଛୁଟି ମନାଉଛନ୍ତି ଭାରତୀୟ ଖେଳାଳୀ: ଟେଷ୍ଟ ସିରିଜ୍ ଆଗରୁ ପରାଜୟ ଭୁଲିବାକୁ ଉଦ୍ୟମ; କୋହଲିଙ୍କ ସହ ମସ୍ତି କରୁଛନ୍ତି ଯୁବ କ୍ରିକେଟର

716

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଟିମ୍ ଏବେ ଖୁସି ମନାଉଛି । ୦-୩ରେ ଦିନିକିଆ ସିରିଜ ପରାଜୟ ପରେ ଚାପରେ ରହିଥିଲା କୋହଲି ବାହିନୀ । ତେବେ ଆଗକ୍ରୁ ଫେବ୍ରୁଆରୀ ୨୧ରୁ ରହିଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ । ଏହି ସିରିଜ ଆଗରୁ ଦଳର ଖେଳାଳିଙ୍କୁ ପରାଜୟର ଚାପରୁ ବାହାରକୁ ଆଣିବାକୁ ଉଦ୍ୟମ କରିଛି ଟିମ ମ୍ୟାନେଜମେଂଟ । ଦିନିକିଆ ସିରିଜ ପରାଜୟ ପରେ କିଛି ଖେଳାଳି ଭାରତ ପ୍ରତ୍ୟାବର୍ତନ କରିଛନ୍ତି । ଟେଷ୍ଟ ସିରିଜ ପାଇଁ କିଛି ଖେଳାଳି ଦଳରେ ସାମିଲ ହୋଇଛନ୍ତି ।

ବର୍ତମାନ ଟେଷ୍ଟ ସିରିଜ ପାଇଁ ରହିଥିବା ସଂଭାବ୍ୟ ଦଳ ସହିତ କ୍ୟାପଟେନ୍ କୋହଲି ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବା ସହ ଏହାର ମଜା ନେଉଛନ୍ତି । କୋହଲିଙ୍କ ସହିତ ଦୀର୍ଘ ସମୟ ପରେ ଟେଷ୍ଟ ଦଳକୁ ଫେରିଥିବା ରବି ଚନ୍ଦ୍ରନ ଅଶ୍ୱିନ୍ , ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଓ, ବୁମରା, ଚେତେଶ୍ୱର ପୂଜାରା, ରିସଭ ପନ୍ତ, ରିଦ୍ଦିମାନ ଶାହା, ମହମ୍ମଦ ସାମି ପ୍ରଭୃତି ବୁଲୁଥିବାର ସେଲଫି ନଜରକୁ ଆସିଛି । ଲାଗୁଛି ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ ପରାଜୟର ଦୁଃଖ ଭୁଲିବାକୁ ଏପରି ଭ୍ରମଣ ବାଟ ଆପଣାଇଛି ଟିମଇଣ୍ଡିଆ ।