ଟିମ୍ ଇଣ୍ଡିଆକୁ ଝଟକା, ରବି ଶାସ୍ତ୍ରୀ କରୋନା ପଜିଟିଭ

435

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ ସମେତ ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ପୃଥକବାସରେ ରଖା ଯାଇଛି । ସୂଚନା ମୁତାବକ ଓଭାଲ ଠାରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଖେଳାଳୀ, ପ୍ରଶିକ୍ଷକ ଓ ଖେଳ ସହିତ ଜଡିତ ଥିବା ଲୋକଙ୍କର ଦୈନିକ କରୋନା ଟେଷ୍ଟ ହୋଇଥାଏ । ଆଜି ହୋଇଥିବା ଟେଷ୍ଟରେ ରବି ଶାସ୍ତ୍ରୀ, ବୋଲିଂ କୋଚ ଭରତ ଅରୁଣ ସହ ଅନ୍ୟ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ କଥା ଏହି ୪ ଜଣଙ୍କ ମଧ୍ୟରେ କୌଣସି ଖେଳାଳୀ ନାହାନ୍ତି ।

ବିସିସିଆଇ କହିଛି କି ତାଙ୍କର ମେଡିକାଲ ଟିମ୍ ରବି ଶାସ୍ତ୍ରୀ,ଭରତ ଅରୁଣ, ଆର.ଶ୍ରୀଧର ଓ ନିତୀନ ପଟେଲଙ୍କୁ ଆଇସୋଲେସନରେ ରଖାଯାଇଛି । ସେମାନଙ୍କର ହୋଇଥିବା ଆରଟିପିସିଆର ଟେଷ୍ଟରେ ପଜିଟିଭ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ବିସିସିଆଇ କହିଛି କି ଟିମର ବାକି ସଦସ୍ୟଙ୍କର ବି ଫ୍ଲୋ ଟେଷ୍ଟ କରାଯାଇଛି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ପଡିଆକୁ ଯିବାକୁ ଅନୁମତି ଦିଆଯାଇଛି ।