ଦେଶରେ ଚିହ୍ନଟ ହେଲା କରୋନାର ନୂଆ ଷ୍ଟ୍ରେନ । ଆନ୍ଧ୍ରରେ ଦେଖାଦେଇଥିବା ଏହିଷ୍ଟ୍ରେନ ୧୫ ଗୁଣା ଅଧିକ ସଂକ୍ରାମକ, ଦ୍ରୁତ ସଂକ୍ରମଣ ଭୟରେ ସିଲ୍ ହେଲା ଆନ୍ଧ୍ରକୁ ଲାଗିଥିବା ଓଡିଶାର ସୀମା

593

କନକ ବ୍ୟୁରୋ : ଦେଶରେ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି । ଏହି ନୂଆ ଭାରିଆଣ୍ଟର ନାଁ ଏନ-ଫୋର-ଫୋର-ଜିରୋ କେ ଦିଆଯାଇଛି । ଆନ୍ଧ୍ରରେ ଚିହ୍ନଟ ହୋଇଥିବା କରୋନାର ଏହି ନୂଆ ରୁପ ଅଧିକ ସଂକ୍ରାମକ ଓ ହାନିକାରକ ବୋଲି ଦାବି କରିଛନ୍ତି ବୈଜ୍ଞାନିକ । ଆନ୍ଧ୍ରରେ ଠାବ ଏହି ଭୂତାଣୁ ୧୫ଗୁଣା ଅଧିକ ସଂକ୍ରାମକ ବୋଲି ଜଣାପଡିଛି । ଆନ୍ଧ୍ରରେ ମାରାତ୍ମକ ଭୁତାଣୁ ଠାବ ହେବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଆନ୍ଧ୍ରକୁ ଲାଗି ରହିଥିବା ଓଡିଶା ସୀମାକୁ ସିଲ କରାଯାଇଛି । ଏଥିସହ ଦ୍ରୁତ ସଂକ୍ରମଣ ବଢୁଥିବାବେଳେ ତେଲେଙ୍ଗାନା ଓ ଆନ୍ଧ୍ରରୁ ଆସିଲେ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ୪୮ ଘଂଟାର ଆରଟିପିସିଆର ରିପୋର୍ଟ ନେଗେଟିଭ ୭ଦିନିଆ ଘରୋଇ ସଙ୍ଗରୋଧରେ ରହିବେ । ଟିକା ନେଇନଥିଲେ , ଟେଷ୍ଟ ରିପୋର୍ଟ ନଥିଲେ ଓ ପଜିଟିଭ ଥିଲେ ୧୪ ଦିନିଆ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ସୀମାନ୍ତର ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ, ଦେଶରେ କେବେ ଆସିବ କରୋନା ଦ୍ୱିତୀୟ ଲହରର ଶୀର୍ଷ । କରୋନା ଏକପ୍ରକାର ତାଣ୍ଡବ ରଚିଥିବା ବେଳେ ସମସ୍ତଙ୍କ ମନରେ ଏପରି କିଛି ପ୍ରଶ୍ନ । କେବେ ସରିବ ଏହି ଦ୍ୱିତୀୟ ଲହର, କେବେ କମିବ ସଂକ୍ରମଣ? ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଣକ ଡାକ୍ତର ରଣଦୀପ ଗୁଲେରିଆ । ସେ କହିଛନ୍ତି ଯେ, ଚଳିତ ମାସ ଶେଷ ସୁଦ୍ଧା ସାରା ଭାରତରେ ସଂକ୍ରମଣ କମିବ