କନକ ବ୍ୟୁରୋ : ପୁଣି ପାକିସ୍ତାନ ଓ ଚୀନକୁ ଆଇନା ଦେଖାଇଲା ଭାରତ । ମିଳିତ ଜାତୀସଂଘରେ ଜମ୍ମୁ-କାଶ୍ମୀର ଓ ଲଦାଖକୁ ନେଇ କଡା ଯବାବ ରଖିଛି ଭାରତ । ମିଳିତ ଜାତୀ ସଂଘରେ ସ୍ଥାୟୀ ମିଶନର କାଉନସିଲର୍ ପ୍ରତିକ୍ ମାଥୁର କହିଛନ୍ତି, ଜମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅଭିନ୍ନ ଓ ଅବିଛେଦ୍ୟ ଅଙ୍ଗ ଥିଲା, ଅଛି ଆଉ ରହିବ ।

Advertisment

ଜମ୍ମୁ-କାଶ୍ମୀର ଓ ଲଦାଖକୁ ନେଇ ପଡୋଶୀ ରାଷ୍ଟ୍ର ଚୀନ୍ ଏବଂ ପାକିସ୍ତାନ୍ ସହ ସବୁବେଳେ ଭାରତର ବିବାଦ ଲାଗି ରହିଆସିଛି । ପାକିସ୍ତାନ ଜମ୍ମୁକାଶ୍ମୀରକୁ ନିଜ ଅକ୍ତିଆରକୁ ନେବା ପାଇଁ ନୂଆ ନୂଆ ଷଡଯନ୍ତ୍ର ଚରୁଥିବା ବେଳେ ଚୀନ୍ ଲଦାଖ ସୀମାରେ ତାର ବିସ୍ତାରବାଦୀ ନିତିରୁ ପଛକୁ ହଟୁନି । ବାରମ୍ବା ଏଲଏସି ଏବଂ ଏଲଓସିରେ ଉଭୟ ପଡୋଷି ରାଷ୍ଟ୍ର ସହ ତିକ୍ତତା ବଢିଚାଲିଛି । ଯାହାକୁ ନେଇ ମିତିତ ଜାତିସଂଘରେ ପାକିସ୍ତାନ୍ ଓ ଚୀନକୁ କଡା ସମାଲୋଚନା କରିବା ସହ ଆଇନା ଦେଖାଇଛି ଭାରତ । ଆଉ ଚେତାଇ ଦେଇଛି ଜମ୍ମୁକାଶ୍ମୀର ଓ ଲଦାଖ ଉପରେ ନଜର ପକାଇଲେ କେବେବି ପଛକୁ ହଟିବନି ଭାରତ । ଜମ୍ମୁକାଶ୍ମୀର ଓ ଲଦାଖ ସବୁବେଳେ ଭାରତର ଅଭିନ୍ନ ଅଙ୍ଗ ଥିଲା ଅଛି ଆଉ ରହିବ ।