ମଝି ସମୁଦ୍ରରେ ଭାରତୀୟ ନୌସେନାର ପରାକ୍ରମ । ଆରବସାଗରରେ ‘ମାର୍କୋସ କମାଣ୍ଡୋ’ଙ୍କ କମାଲ

216

କନକ ବ୍ୟୁରୋ : ପୁଣି ଥରେ ପରାକ୍ରମ ଦେଖାଇଛି ଭାରତୀୟ ସେନା । ମଝି ସମୁଦ୍ରରେ ଅପହରଣକାରୀଙ୍କ କବଳରୁ ୧୫ଜଣ ଭାରତୀୟଙ୍କ ସମେତ ୨୧ଜଣ କ୍ରିୟୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିପାରିଛି ନୌସେନା । ବଳ, ବୁଦ୍ଧି ଖଟାଇ ଜଳଦସ୍ୟୁଙ୍କ କବଳରୁ ୨୧ଜଣଙ୍କୁ ରକ୍ଷା କରିବା ପରେ ଏବେ ସବୁଠି ଭାରତୀୟ ସେନାର ପ୍ରଂଶସା । ଉଦ୍ଧାର ପାଇଥିବା କ୍ରିୟୁ ସଦସ୍ୟଙ୍କ ପ୍ରଥମ ଝଲକ ମଧ୍ୟ ସାମ୍ନାକୁ ଆସିଛି । ଜଳଦସ୍ୟୁଙ୍କ କବଳରୁ ସୁରକ୍ଷିତ ଉଦ୍ଧାର ପାଇବା ପୁର୍ନଜନ୍ମ ବୋଲି କହି ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛନ୍ତି କ୍ରିୟୁ ସଦସ୍ୟ ।

ଏବେ ଆସନ୍ତୁ ଜାଣିବା ମଝି ସମୁଦ୍ରରେ ଜଳଦସ୍ୟୁ କିଭଳି ଜାହାଜକୁ ଅପହରଣ କରିଥିଲେ

ମାଲାବାହୀ ଜାହାଜ ଏମଭି ଲୀଲା ନୋରଫୋକ ୨୧ ଜଣ କ୍ରିୟୁ ସଦସ୍ୟଙ୍କୁ ନେଇ ବ୍ରାଜିଲରୁ ବାହାରିନକୁ ଯାତ୍ରା ପାଇଁ ବାହାରିଥିଲା । ସୋମାଲିଆ ଉପକୂଳର ଠିକ ୩ଶହ ମିଟର ଦୂରରେ ହଠାତ ଜାହାଜ ଭିତରେ ଅନୁପ୍ରବେଶ କରିଥିଲେ । ଅପହୃ୍ତ ଜାହାଜ ବିଟ୍ରେନର ମେରିଟାଇମ ଟ୍ରେଡ ଅପରେସନ ପୋର୍ଟାଲକୁ ଏକ ସୂଚନା ଦେଇଥିଲା । ସମୁଦ୍ରରେ ପାଟ୍ରୋଲିଂ କରୁଥିବା ଭାରତୀୟ ନୌସେନା ନିକଟକୁ ଖବର ପହଁଚିବା ପରେ ଘଟଣାସ୍ଥଳକୁ ବାହାରିଥିଲା ଆଇଏନଏସ ଚେନ୍ନାଇ, ପାଟ୍ରୋଲିଂ ଯୁଦ୍ଧ ବିମାନ ପି-ଏଇଟ ଆଇ ଓ ଦୂରଗାମୀ ପ୍ରେଡୋଟର ଏମକ୍ୟୁନାଇନବି । ତୁରନ୍ତ ଅପହରଣ ସ୍ଥଳକୁ ସେନା ପହଁଚୁଥିବା ଜାଣିବା ପରେ ଜାହାଜ ଛାଡି ଚାଲିଯାଇଥିଲେ ଜଳଦସ୍ୟୁ । ୧୫ଜଣ ଭାରତୀୟଙ୍କ ସମେତ ମୋଟ ୨୧ଜଣ କ୍ରିୟୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ସଫଳ ହୋଇଥିଲା ନୌସେନାର ମାର୍କୋସ କମାଣ୍ଡୋ । ଭାରତୀୟ ନୌସେନା ମୁଖ୍ୟ ସମୁଦ୍ର ଲୁଟେରାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ନିର୍ଦ୍ଦେଶ ଦେବା ସହ ୪ଟି ଯୁଦ୍ଧପୋତକୁ ନିୟୋଜିତ କରାଯାଇଛି ।

ସମୁଦ୍ରରେ ଶତ୍ରୁଙ୍କ ଗତିପଥ ଉପରେ କଡ଼ା ନଜର ରଖୁଛି ଭାରତୀୟ ସେନା । ୪ରୁ ୬ଜଣ ଅଜ୍ଞାତ ଦୁବୁର୍ତ ଅସ୍ତ୍ରଣସ୍ତର ସହ ଜାହାଜ ଭିତରେ ପ୍ରବେଶ କରିଛନ୍ତି ।ବିପଦପୂର୍ଣ୍ଣ ବା ଅପହରଣ ସମ୍ଭାବନା ଥିବା ଅଂଚଳ ଦେଇ ଯାଉଥିବା ଜାହାଜଗୁଡିକର ସୁରକ୍ଷା କରିବା ପାଇଁ ବିଦେଶୀ ରାଷ୍ଟ୍ରମାନଙ୍କୁ ପ୍ରତିଶ୍ରୁତି ଦେଇଛି ଭାରତ । ଏହା ଭିତରେ ଲିବେରିଆ ପଂଜୀକୃତ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ରକ୍ଷା କରି ଭାରତ ନିଜର ପରାକ୍ରମ ପୁଣି ଦେଖାଇଛି । ସେପଟେ ମଝି ସମୁଦ୍ରରେ ଜାହାଜ ଅପହରଣ ଘଟଣା ଦିନକୁୁ ଦିନ ବଢ଼ିବାରେ ଲାଗିଛି । ଲୋହିତ ସାଗରରେ ଲଗାତାର ମାଲବାହୀ ଯାତ୍ରୀବାହି ଜାହାଜକୁ ଟାର୍ଗେଟ କରୁଛି ହୁତୀ ବିଦ୍ରୋହୀ ସଂଗଠନ ।