କନକ ବ୍ୟୁରୋ: ଗୁଜରାଟ ଉପକୂଳ ସମୁଦ୍ରରୁ ଉଦ୍ଧାର ହେଲେ ଯୁବକ । ଏକ ଭେସେଲ ଜାହାର ଅସୁସ୍ଥ କର୍ମଚାରୀଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଆରବ ସାଗର ମଝିରେ କର୍ମଚାରୀ ଜଣକ ଅସୁସ୍ଥ ହୋଇପଡ଼ିବା ନେଇ ଖବର ମିଳିବା ପରେ ଆକ୍ସନ ମୋଡକୁ ଆସିଥିଲା ଭାରତୀୟ ତଟରକ୍ଷୀ ବାହିନୀ । ଯୁବକଙ୍କୁ ଉଦ୍ଧାର ପାଇଁ ମୁତୟନ ହୋଇଥିଲା ହେଲିକପ୍ଟର । ପାଗ ଅନୁକୂଳ ନଥିଲେ ମଧ୍ୟ ହେଲିକପ୍ଟର ଯୋଗେ ଅସୁସ୍ଥ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ପ୍ରବଳ ପବନ ସାଙ୍ଗକୁ ସମୁଦ୍ରରେ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ ମଧ୍ୟ କମ ରହିଥିଲା । ଏଭଳି ସ୍ଥିତିରେ ମଧ୍ୟ ସମୁଦ୍ର ମଧ୍ୟରୁ ଅସୁସ୍ଥଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ପୋରବନ୍ଦରଠାରୁ ପ୍ରାୟ ୨୦ କିଲୋମିଟର ସମୁଦ୍ର ମଧ୍ୟରୁ ତାଙ୍କୁ ଉଦ୍ଧାର କରାଯାଇଛି ।