ସମୁଦ୍ର ମଝିରେ ଖରାପ ହେଇଗଲା ଏମ ଭି କଞ୍ଚନ ଜାହାଜ । ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ଉଦ୍ଧାର ପାଇଁ ଆଗେଇ ଆସିଲା ଏମଭି ହରମିଜର

410

କନକ ବ୍ୟୁରୋ: ଗୁଜୁରାଟ ଉପକୂଳ ଉମରଗାମଠାରେ ଫଶି ରହିଥିବା ପଣ୍ୟବାହୀ ଜାହାଜ ଏମ ଭି କଞ୍ଚନରୁ ୧୨ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତଟ ରକ୍ଷୀଙ୍କ ସୂଚନା ମୁତାବକ, ଜାହାଜର ଇନ୍ଧନରେ ଅପମିଶ୍ରଣ ସମସ୍ୟା ଯୋଗୁଁ ଏହାର ଇଞ୍ଜିନ କାମ କରିନଥିଲା । ଏହାର ବିଦ୍ୟୁତ ଶକ୍ତି ମଧ୍ୟ ଶେଷ ହୋଇଯାଇଥିଲା । ତେଣୁ ଏହା ଉପକୂଳରେ ଅଟକି ଯାଇଥିଲା ।

ଏହି ସମୟରେ ଏଠିକାର ପାଣିପାଗ ପ୍ରତିକୂଳ ଥିବା ସହ ଏଠାରେ ୩ରୁ ସାଢେ ୩ ମିଟରର ଜୁଆର ଉଠୁଥିଲା । ଏହି ଖବର ୨୧ ତାରିଖରେ ମ୍ୟାରୀଟାଇମ୍ ରେସକ୍ୟୁ କୋର୍ଡିନେସନ୍ ପାଖରେ ପହଞ୍ଚିଥିଲା । ଉମରଗାମ ପାଖାପାଖି ଅନ୍ୟ କେଉଁ ଜାହାଜ ଯାତାୟାତ କରୁଥବା ନେଇ ଇଂଟରନ୍ୟାସନାଲ ସେଫ୍ଟି ନେଟ୍ ପକ୍ଷରୁ ଯାଂଚ କରାଯାଇଥିଲା ।

ଏମ ଭି ହରମିଜ୍ ନାମକ ଆଉ ଏକ ପଣ୍ୟବାହୀ ଜାହାଜ ସେହି ବାଟ ଦେଇ ଯାଉଥିବା ଜଣାପଡିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ଏହାର ମୁଖ୍ୟଙ୍କୁ ଯୋଗଯୋଗ କରାଯାଇôଥଲା । ପ୍ରତିକୂଳ ସାମୂଦ୍ରିକ ପରିବେଶ ସତ୍ତେ୍ୱ ଏମଭି ହରମିଜର କର୍ମଚାରୀ ଓ ଅଧିକାରୀ ମାନଙ୍କ ଦ୍ୱାରା ଏମଭି କଞ୍ଚନର ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।