ଇଣ୍ଡିଆନ୍ କୋଷ୍ଟଗାର୍ଡର ରେସକ୍ୟୁ ଅପରେସନ୍ : ମୃତ୍ୟୁ ସହ ସଂଗ୍ରାମ କରୁଥିବା ମତ୍ସଜୀବୀଙ୍କୁ କଲେ ଉଦ୍ଧାର

117

କନକ ବ୍ୟୁରୋ : ଇଣ୍ଡିଆନ୍ କୋଷ୍ଟ ଗାର୍ଡର ରେସକ୍ୟୁ ଅପରେସନ୍ । ବଙ୍ଗୋପସାଗରରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମତ୍ସଜୀବୀଙ୍କୁ ଉଦ୍ଧାର କଲେ ଇଣ୍ଡିଆନ୍ କୋଷ୍ଟଗାର୍ଡ । ସମୁଦ୍ର ଅଶାନ୍ତ ବେଳେ ସମୁଦ୍ର ଗର୍ଭରେ ଫସି ଯାଇଥିଲା ‘ମା’ ଶୀତଳ’ ବୋଟ୍ । ଇଂଜିନ ଖରାପ ଯୋଗୁ ସମୁଦ୍ର ଭର୍ଗରେ ଅଟକି ଯାଇଥିଲା । ଖବର ପାଇ ସନ୍ଧାନରେ ବାହାରିଥିଲା ଇଣ୍ଡିଆନ୍ କୋଷ୍ଟଗାର୍ଡର ଡୋନିୟର ଏୟାରକ୍ରାଫ୍ଟ ।

ଏହା ପରେ ଦେବଦୂତ ହୋଇ ପହଂଚିଯାଇଥିଲା ଇଣ୍ଡିଆନ୍ କୋଷ୍ଟ ଗାର୍ଡର ବୋଟ୍ ‘ଅନମୋଲ୍’ । ଅଶାନ୍ତ ସମୁଦ୍ର ଭିତରେ ଚାଲିଥିଲା ରେସ୍କ୍ୟୁ ଅପରେସନ୍ । ଶେଷରେ ସଫଳତା ସହ ଶେଷ ହୋଇଥିଲା ଉଦ୍ଧାର କାର୍ଯ୍ୟ । ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଇଣ୍ଡିଆନ୍ କୋଷ୍ଟ ଗାର୍ଡ । ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପରେ ସୁରକ୍ଷିତ ଭାବେ ହଳଦିଆ ପୋଲିସକୁ ହସ୍ତାନ୍ତର କରିଛି ଇଣ୍ଡିଆନ୍ କୋଷ୍ଟ ଗାର୍ଡ ।