କନକ ବ୍ୟୁରୋ: ପୂର୍ବ ଲଦ୍ଦାଖର ଗାଲଓ୍ଵାନ ଉପତ୍ୟାକାରେ ସୀମାରେ ଭାରତ-ଚୀନ ମୁହାଁମୁହିଁ , ୨୦ ଭାରତୀୟ ଯବାନ ସହିଦ ସୂଚନା ଲଦ୍ଦାଖ ଗଲୱାନ ଭ୍ୟାଲିରେ ଦୁଇ ଦେଶର ସେନା ମୁହାଁମୁହିଁ । ଏଥିରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ଜାତୀୟ ଖବର ସରବହରା ସଂସ୍ଥା ଏଏନ୍ଆଇ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।
Indian intercepts reveal that Chinese side suffered 43 casualties including dead and seriously injured in face-off in the Galwan valley: Sources confirm to ANI pic.twitter.com/xgUVYSpTzs
— ANI (@ANI) June 16, 2020
ସେହିପରି ଚୀନ ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି । ତେବେ ଭାରତୀୟ ସୈନିକଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତର ଯେଉଁ ସୈନିକମାନେ ସହିଦ ହୋଇଛନ୍ତ, ଏଥିରେ କର୍ଣ୍ଣେଲ ର୍ୟାଙ୍କର ଅଧିକାରୀ ଓ ୨ ଜଣ ଯବାନ ସାମିଲ ଅଛନ୍ତି । ଚୀନ ସେନାମାନଙ୍କ ମଧ୍ୟରୁ ଜଣେ କମାଣ୍ଡିଙ୍ଗ ଅଫିସରଙ୍କ ମୃତ୍ୟୁ ହୋଇଛି। ସୂତ୍ର ଅନୁସାରେ ଯବାନଙ୍କ ସହିଦ ହେବା ସଂଖ୍ୟା ବଢ଼ିପାରେ ।