ନିଜ ଦୁର୍ବଳତାକୁ କଲେ ସଫଳତାର ଅସ୍ତ୍ର: ବନିଗଲେ ବିଶ୍ୱର ସବୁଠାରୁ କୁନି ବଡି ବିଲ୍ଡର 

144

କନକ ବ୍ୟୁରୋ: ଉଚ୍ଚତା ଖୁବ କମ, ହେଲେ ତାଙ୍କ ଟ୍ୟାଲେଣ୍ଟ ଦେଖିଲେ ଆପଣ ବି ଚମକି ପଡିବେ । ଆଉ ତାଙ୍କୁ ବାଃ ବାଃ ନକରି ରହିପାରିବେନି । ନିଜ ଦକ୍ଷତା ବଳରେ ସେ କରିଛନ୍ତି ବିଶ୍ୱ ରେକର୍ଡ । ଆଉ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ଆଉ ବନିଯାଇଛନ୍ତି ବିଶ୍ୱର ସବୁଠାରୁ ଛୋଟ ବଡି ବିଲ୍ଡର । ଆମେ କହୁଛୁ ସେହି ଭାରତୀୟ ବଡି ବିଲ୍ଡର ପ୍ରତୀକ ଭିଠଲ ମୋହିତେଙ୍କ କଥା ।

ପ୍ରତୀକଙ୍କ ଘର ମହାରଷ୍ଟ୍ରରେ, ତାଙ୍କ ବୟସ ୨୬ ବର୍ଷ । ଜନ୍ମରୁ କିନ୍ତୁ ସେ କମ ଉଚ୍ଚତା ହୋଇ ଜନ୍ମ ହୋଇଥିଲେ । ବୟସ ଅନୁସାରେ ଶରୀର ଗଠନ ଠିକ ଭାବେ ହୋଇନଥିଲା । ହେଲେ ଜୀବନର ଏହି କଷ୍ଟରେ ସେ ହାରି ଯାଇନଥିଲେ । ନିଜ ଦୁର୍ବଳତାକୁ ହିଁ ନିଜ ଅସ୍ତ୍ର କରିଥିଲେ । ତେବେ ଆସନ୍ତୁ ଜାଣିବା ପ୍ରତୀକଙ୍କ ଏହି ସଂଘର୍ଷମୟ କାହାଣୀ ବିଷୟରେ ।

ପ୍ରତୀକଙ୍କ ଉଚ୍ଚତା ୩ ଫୁଟ ୪ ଇଞ୍ଚ । ଏହି ଛୋଟ ଉଚ୍ଚତା ଯୋଗୁଁ ଲୋକମାନେ ତାଙ୍କ ମଜାକ ଉଡାଉଥିଲେ । ସ୍କୁଲ, କଲେଜ, ରାସ୍ତାଘାଟ ସବୁଠି ପ୍ରତୀକଙ୍କୁ କମେଣ୍ଟର ସାମ୍ନା କରିବାକୁ ପଡୁଥିଲା । ହେଲେ ଏତେ ପରେ ବି ସେ ହାରିଯାଇନଥିଲେ । ନିଜ ଦୁର୍ବଳତାକୁ ହିଁ ସେ ମଜବୁତ କରିଥିଲେ । ଆଉ ତାକୁ ହିଁ ନିଜ ସଫଳତାର ଅସ୍ତ୍ର କରିଦେଲେ । ଯେଉଁଥିପାଇଁ ଆଜି ସେ ବିଶ୍ୱ ପରଚିତ ହୋଇ ପାରିଛନ୍ତି ।

ଲୋକମାନଙ୍କ ସମାଲୋଚନାକୁ ନେଇ ସେ କିଛି କରିଦେଖାଇବେ ବୋଲି ସ୍ଥିର କରିଥିଲେ । ଆଉ ନିଜ ମାମୁଁଙ୍କଠାରୁ ପ୍ରେରଣା ପାଇ ଜିମ ଯିବା ଆରମ୍ଭ କରିଥିଲେ । ମାତ୍ର ୧୬ ବର୍ଷ ବୟସରୁ ସେ ୱାର୍କ ଆଉଟ କରିଥିଲେ । ଆଉ ଏବେ ଏଥିରେ ସଫଳତା ପାଇଛନ୍ତି ପ୍ରତୀକ । ନିଜ ସ୍ୱାସ୍ଥ୍ୟ ପାଇଁ ଏବେ ସେ ହେଲଦୀ ଫୁଡ ସହ ସ୍ପେସାଲ ଡାଇଟ ଫୁଡ ମଧ୍ୟ ସାମିଲ କରୁଛନ୍ତି । ଏହା ସହ ଦିନକୁ ଦୁଇଥର ୱାର୍କ ଆଉଟ ମଧ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ସନ୍ଧ୍ୟା ସମୟରେ ସେ ୩୦ ମିନିଟ ରନିଂ କରିଥାନ୍ତି ।

ନିଜ ସାଙ୍ଗର ପରାମର୍ଶ ପରେ ପ୍ରତୀକ ବିଶ୍ୱ ରେକର୍ଡ ପାଇଁ ଆବେଦନ କରିଥିଲେ । ଗିନିଜ ବୁକ ରେକର୍ଡ କରିବା ପୂର୍ବରୁ ଏଥିପାଇଁ ୩ ଥର ଆବେଦନ କରିଥିଲେ ପ୍ରତୀକ । ହେଲେ ଏଥିପାଇଁ ତାଙ୍କ ନାଁକୁ ରିଜେକ୍ଟ କରିଦିଆଯାଇଥିଲା । ହେଲେ ଚତୁର୍ଥଥର ପାଇଁ େ ସସଫଳତା ପାଇଥିଲେ । ଆଉ ଅନ୍ୟମାନଙ୍କୁ ଶିଖାଇଥିଲେ, କେମିତି ନିଜ ଦୁର୍ବଳତାକୁ ଅସ୍ତ୍ର କରିବ ।