ଭାରତୀୟ କୋଟିପତି ନିଜ ଝିଅ ପାଇଁ ନିଯୁକ୍ତ କଲେ ୧୨ ଜଣ ଚାକର : ରୋଷେଇ କରିବା ଠାରୁ ଆରମ୍ଭ କରି ଗେଟ୍ ଖୋଲିବା ପର୍ଯ୍ୟନ୍ତ ଅଛନ୍ତି ଜଣେ ଜଣେ ସେବକ

30

ରାଜକୀୟ ଓ ବିଳାସ ବ୍ୟସନପୂର୍ଣ୍ଣ ଜୀବନର ଅନେକ କାହାଣୀ ଶୁଣିଥିବେ । ଏବେ ଲଣ୍ଡନରେ ଜଣେ ଭାରତୀୟ ଅରବପତିଙ୍କ ଝିଅଙ୍କ ମର୍ଯ୍ୟାଦା ଖବରରେ ଅଛି । ଝିଅକୁ ଲଣ୍ଡନରେ କୈାଣସି ପ୍ରକାରର ଅସୁବିଧା ନହେଉ, ସେଥିପାଇଁ ଭାରତୀୟ କୋଟିପତି ଗୋଟିଏ ନୁହେଁ ବରଂ ୧୨ଜଣ ଚାକରଙ୍କ ସେନା ନିଯୁକ୍ତ କରିଛନ୍ତି । ପ୍ରକୃତରେ କୋଟିପତିଙ୍କ ଝିଅ ସ୍କଟଲାଣ୍ଡର ସେଣ୍ଟ ଏଣ୍ଡୟୁଜ୍ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ।

ଝିଅର ଆତ୍ମୀୟ ପରିଜନ ଝିଅର ସେବା ପାଇଁ ୧୨ ଜଣଙ୍କ ଷ୍ଟାଫ୍ ନିଯୁକ୍ତ କରିଛନ୍ତି । ସେଥିପାଇଁ ସେମାନେ ସିଲଭର ସ୍ୱେନ୍ ନାମକ ବହୁତ ଚର୍ଚ୍ଚିତ ଏଜେନ୍ସିକୁ ନିଯୁକ୍ତ କରିଥିଲେ । ଝିଅ ପାଇଁ ଯେଉଁ ଷ୍ଟାଫଙ୍କ ଚୟନ କରାଯାଇଛି, ସେମାନଙ୍କ ମଧ୍ୟରେ ବଟଲର୍, ଶେଫ୍, ମେଡ୍, ହାଉସକିପର୍, ଗାର୍ଡେନର ମଧ୍ୟ ସାମିଲ ଅଛନ୍ତି । ଷ୍ଟାଫ ଭର୍ତ୍ତି ପାଇଁ ଆଡ୍ ବି ଜାରି କରାଯାଇଥିଲା । କୋଟିପତିଙ୍କ ଝିଅ ୪ ବର୍ଷ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବେ । ଏଥିପାଇଁ ପ୍ୟାଲେସ୍ ସହିତ କାମରେ ନିପୁଣ ଷ୍ଟାଫ୍ ନିଯୁକ୍ତ କରାଯାଇଛି । ଏଥିପାଇଁ ସେହି ପରିବାର ପାଖାପାଖି ୩୦ ହଜାର ପାଉଣ୍ଡ ଖର୍ଚ୍ଚ କରିବ । ଏଥିରୁ ଜଣାପଡୁଛି କି ଝିଅଟି ସଂଭ୍ରାନ୍ତ ପରିବାରରୁ ଆସିଛି ।