ଚର୍ଚ୍ଚାରେ ଅନନ୍ତ-ରାଧିକା ପ୍ରି-ୱେଡିଂ ସମାରୋହ । ଜାମନଗରରେ ଜମିଛି ହାଇପ୍ରୋଫାଇଲ ଅତିଥିଙ୍କ ଭିଡ଼

311

କନକ ବ୍ୟୁରୋ : ଚଳିତବର୍ଷର ସବୁଠୁ ବଡ, ସବୁଠୁ ଆକର୍ଷଣୀୟ, ସବୁଠୁ ଦାମୀ ବାହାଘର ହେବାକୁ ଯାଉଛି । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ହେବ । ଜୁଲାଇ ୧୨ରେ ହେବ ବାହାଘର କିନ୍ତୁ ଏହା ପୂର୍ବରୁ ଗୁଜରାଟ ଜାମନଗରରେ ଆଜିଠୁ ୩ଦିନ ଧରି ଆରମ୍ଭ ହୋଇଛି ପ୍ରିୱେଡିଂ ଫଙ୍କସନ । ଏହା କାର୍ଯ୍ୟକ୍ରମକୁ ସ୍ମରଣୀୟ, ଆକର୍ଷଣୀୟ କରିବା ପାଇଁ ସବୁ ପ୍ରସ୍ତୁତି କରାଯାଇଛି । ଜାମନଗର ବିମାନବନ୍ଦରରେ ଦେଖିବାକୁ ମିଳିଛି ଅତିଥିଙ୍କ ପ୍ରବଳ ଭିଡ । ବିମାନବନ୍ଦରକୁ ସଜା ଯିବା ସହ ଗୁଜରାଠୀ ନୃତ୍ୟୁଗୀତ ପରିବେଷଣ କରାଯାଉଛି । ଦେଶବିଦେଶର କଳାକାର ପହଁଚିଛନ୍ତି ସ୍ପେଶାଲ ପରଫରମାନ୍ସ ପାଇଁ । ସେପଟେ ନାମୀଦାମୀ ଅତିଥି ମଧ୍ୟ ପହଁଚିଛନ୍ତି । ୩ଦିନର କାର୍ଯ୍ୟକ୍ରମ ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି । ୩ଦିନ ପାଇଁ ତିନୋଟି ଥିମ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଦେଶର କଳା ଓ ଐତିହ୍ୟକୁ ମଧ୍ୟ ସ୍ଥାନ ଦିଆଯାଇଛି । ନୀତା ଅମ୍ବାନୀ ଏକ ଭିଡିଓ ଜାରି କରି ଏହା ବାବଦରେ ସୂଚନା ଦେଇଛନ୍ତି ।

ମାର୍ଚ୍ଚ ୧ରୁ ମାର୍ଚ୍ଚ ୩ରେ ଚାଲିବ ପ୍ରି-ୱେଡିଂ କାର୍ଯ୍ୟକ୍ରମ । ଜାମଗନଗର ରିଲାଏନ୍ସ ଗ୍ରୀନସରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ବିଭିନ୍ନ କ୍ଷେତ୍ରରୁ ନାଁକରା ଅତିଥି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେପଟେ ବିଦେଶର ଅନେକ ନାମୀଦାମୀ ଚେହେରା ମଧ୍ୟ ସାମିଲ ହୋଇଛନ୍ତି । କତାର ପ୍ରଧାନମନ୍ତ୍ରୀ, ଭୁଟାନର ରାଣୀ, ମାଇକ୍ରୋସପ୍ଟ ସହପ୍ରତିଷ୍ଠାତା ବିଲ ଗେଟସ, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ୱାଲ୍ଡ ଡିଜନୀ ସିଇଓ, ଡୋନାଲ୍ଟ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ, ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗସ ମଧ୍ୟ ଅତିଥି ତାଲିକାରେ ରହିଛନ୍ତି । ସୂଚନା ଅନୁସାରେ ୩ଦିନ ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ ଦେଶବିଦେଶର କଳାକାର ପରଫର୍ମ କରିବେ । ଏହା ଭିତରେ ସବୁଠୁ ଅଧିକ ଧ୍ୟାନ ଆର୍କଷଣ କରିଛନ୍ତି ଗ୍ଲୋବାଲ ପପ ସିଙ୍ଗର ରିହାନା । କିଛି ଘଂଟାର ପରଫର୍ମ ପାଇଁ ୬୨ରୁ ୭୦କୋଟି ଟଙ୍କର ପାରିଶ୍ରମିକ ମଧ୍ୟ ନେବେ । ସେପଟେ ଜାମନଗରରେ ଏଭଳି ବିଶାଳ ଆୟୋଜନ ସାରା ଦେଶ ସାକ୍ଷୀ ହେବାକୁ ଯାଉଛି । ଜାମନଗର ବାସିନ୍ଦା ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି । ଅମ୍ବାନୀ ପରିବାର କାର୍ଯ୍ୟକ୍ରମ ପାଇଁ ଆଗାମୀ ଦିିନରେ ଜାମନଗରକୁ ନୂଆ ପରିଚୟ ମିଳିବ କହି ସ୍ଥାନୀୟ ବାସିନ୍ଦା ଖୁସି ପ୍ରକାଶ କରିଛନ୍ତି

ଅମ୍ବାନୀ ଘରର ଯେତେ ବି କାର୍ଯ୍ୟକ୍ରମ ପୂର୍ବରୁ ହୋଇଛି, ସେସବୁ ବୋହୁତ ବିଶାଳ ଆଉ ଭବ୍ୟ ରହିଛି । ବଡ ପୁଅ ଆକାଶ ଅମ୍ବାନୀ, ଝିଅ ଇଷା ଅମ୍ବାନୀଙ୍କ ବାହାଘର ବି ବେଶ୍ ଧୁମ୍ ଧାମ୍ରେ ଆୟୋଜିତ କରିଥିଲେ ମୁକେଶ ଅମ୍ବାନୀ । ଏବେ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ପାଇଁ ମଧ୍ୟ ସେହିପରି ଗ୍ରାଣ୍ଡ ସେଲିବ୍ରେସନ୍ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି